‘ଅଗ୍ନିପଥ ଯୋଜନା’ ବିରୋଧରେ ଆନ୍ଦୋଳନ ଜାରି, ଓଡ଼ିଶା ଦେଇ ଚଳାଚଳ କରୁଥିବା ଏହି ୬ଟି ଟ୍ରେନ୍‌ ବାତିଲ

ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ଭୁବନେଶ୍ବର: କେନ୍ଦ୍ର ସରକାର ଗତ ୧୪ ତାରିଖ ଦିନ ‘ଅଗ୍ନିପଥ ଯୋଜନା’ରେ ସେନା ଭର୍ତ୍ତି ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ପରେ ଉତ୍ତର ପ୍ରଦେଶ ଓ ବିହାର ସମେତ ଅନ୍ୟ କିଛି ରାଜ୍ୟରେ ଉତ୍ତେଜନା ଦେଖାଯାଇଛି। ବିହାର ଓ ଉତ୍ତରପ୍ରଦେଶରେ ଉତ୍ତେଜନା ହିଂସାରେ ପରଣିତ ହୋଇଛି। ଏହି ୨ ରାଜ୍ୟରେ ଉତ୍ତେଜିତ ଯୁବକମାନେ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା କରିଛନ୍ତି। ଏହି କାରଣରୁ ଆଗାମୀ କିଛି ଦିନ ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନ୍‌ ବାତିଲ କରିଛି। ଏହି କ୍ରମରେ ପୂର୍ବତଟ ରେଳପଥ ଦେଇ ୬ଟି ଟ୍ରେନ୍‌ ଚଳାଳଚ ବନ୍ଦ ରହୁଛି।

ପୂର୍ବତଟ ରେଳପଥର ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୧୨୨୫୩ ଯଶୱନ୍ତପୁର-ଭାଗଲପୁର ଏକ୍ସପ୍ରେସ୍‌ ଯଶୱନ୍ତପୁରଠାରୁ ଜୁନ୍‌ ୧୮ ତାରିଖରେ ବାତିଲ ରହିବ। ଜୁନ୍‌ ୧୮ରେ ଟ୍ରେନ୍‌ ନମ୍ବର ୦୮୪୩୯ ପୁରୀ-ପାଟଣା ଏକ୍ସପ୍ରେସ୍‌ ମଧ୍ୟ ଯାତ୍ରା କରିବ ନାହିଁ।  ୧୯ ତାରିଖରେ ଟ୍ରେନ ନମ୍ବର ୦୮୪୪୦ ପାଟଣା-ପୁରୀ ଏକ୍ସପ୍ରେସ ପାଟଣାରୁ ରଦ୍ଦ ହେଉଥିବା ବେଳେ ଟ୍ରେନ ନମ୍ବର ୨୦୮୨୩ ପୁରୀ ଆଜମେର ଏକ୍ସପ୍ରେସ୍‌ ଟ୍ରେନ୍‌ ୨୦ ତାରିଖରେ ବାତିଲ କରାଯାଇଛି।

ସେହିପରି ଟ୍ରେନ୍‌ ନମ୍ବର ୨୦୮୨୪ ଆଜମେର-ପୁରୀ ଏକ୍ସପ୍ରେସ୍‌ ୨୩ ତାରିଖରେ ଆଜମେରରୁ ବାତିଲ ହୋଇଛି। ଟ୍ରେନ୍‌ ନମ୍ବର ୨୨୬୪୩ ଏର୍ନାକୁଲମ-ପାଟଣା ଏକ୍ସପ୍ରେସ୍‌ ମଧ୍ୟ ୨୦ ତାରିଖରେ ଏର୍ନାକୁଲମରୁ ବାତିଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe