କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ବିବାଦ ପ୍ରସଙ୍ଗ: ସ୍ବାସ୍ଥ୍ୟ ବିଭାଗର ସଂଶୋଧିତ ବିଜ୍ଞପ୍ତି , ପ୍ରଥମ ଦୁଇ ବର୍ଷର ଦରମା ଅଧା ହ୍ରାସ

କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ବିବାଦ ପ୍ରସଙ୍ଗ: ସ୍ବାସ୍ଥ୍ୟ ବିଭାଗର ସଂଶୋଧିତ ବିଜ୍ଞପ୍ତି , ପ୍ରଥମ ଦୁଇ ବର୍ଷର ଦରମା ଅଧା ହ୍ରାସ

Telegraph India

କଟକ : କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କ ଦରମାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟାଇଛନ୍ତି ସରକାର। କିନ୍ତୁ ଯେଉଁଭଳି ଦରମା ଧାର୍ଯ୍ୟ କରାଯାଇଛି, ସେଥିରେ ବ୍ୟବସ୍ଥାର ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣା ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ନିର୍ଦ୍ଦେଶକ ଆରମ୍ଭରୁ ମାସକୁ ୧ ଲକ୍ଷ ୬୫ ହଜାର ଟଙ୍କା ଦରମା ନେଉଥିବା ବେଳେ ସରକାର ପ୍ରଥମ ଦୁଇ ବର୍ଷ ପାଇଁ ୮୦ ହଜାର ଟଙ୍କା, ପରବର୍ତ୍ତୀ ବର୍ଷକ ପାଇଁ ୯୦ ହଜାର ଟଙ୍କା ଏବଂ ୨୦୧୮, ଜାନୁଆରି ୧୨ ତାରିଖରୁ ଏହାକୁ ୧ ଲକ୍ଷ ୨୫ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିବାଦ ଉଠିବା ପରଠାରୁ ନିର୍ଦ୍ଦେଶକ ଅବଶ୍ୟ ନିଜ ଆଡୁ ଦରମା ନେବେ ‌ନାହିଁ ବୋଲି ସରକାରଙ୍କୁ ଲେଖି ଦେଇଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ୮୦ ହଜାର ଟଙ୍କା ବଦଳରେ ମାସକୁ ୧ ଲକ୍ଷ ୬୫ ହଜାର ଟଙ୍କା ପାଖାପାଖି ଦୁଇ ବର୍ଷ ଯାଏ ଦିଆ ଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏ କ୍ଷେତ୍ରରେ କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତାହା ବି ଆଲୋଚନାର ବିଷୟ ହୋଇଛି।

ସୂଚନା ଅନୁଯାୟୀ ୨୦୧୪ରେ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଇନସର୍ଭିସ ଆବେଦନକାରୀଙ୍କ ପାଇଁ ଦରମା ହାର ୩୭ ହଜାର ୪୦୦ ଟଙ୍କାରୁ ୬୯ ହଜାର ଟଙ୍କା, ୧୦ ହଜାର ଟଙ୍କା ଗ୍ରେଡ ପେ’, ଡିଏ ଏବଂ ଅନ୍ୟାନ୍ୟ ଭତ୍ତା ଧାର୍ଯ୍ୟ କରାଯାଇଥିବା ବେଳେ ଅବସରପ୍ରାପ୍ତ ଆବେଦନକାରୀଙ୍କ ପାଇଁ ମାସିକ ୮୦ ହଜାର ଟଙ୍କା (କନସୋଲିଡେଟେଡ) ଦରମା ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀଙ୍କ ମଧ୍ୟରୁ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଯୋଗ୍ୟ ବିବେଚିତ ହୋଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ଅବସରପ୍ରାପ୍ତ ଶ୍ରେଣୀର ହୋଇଥିଲେ ବି ତାଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଦରମା ଦିଆଯାଉଥିଲା। ଏହାକୁ ନେଇ ପରବର୍ତ୍ତୀ ସମୟରେ ଅର୍ଥ ବିଭାଗ ଆପତ୍ତି ଦର୍ଶାଇବାରୁ ବିବାଦ ମୁଣ୍ଡ ଟେକିବା ସହ ଖୋଳତାଡ଼ ଆରମ୍ଭ ହୋଇଥିଲା।

୨୦୧୮, ଅଗଷ୍ଟରୁ ନିର୍ଦ୍ଦେଶକ ଡାକ୍ତର ଷଡ଼ଙ୍ଗୀ ନିଜ ଆଡୁ ଦରମା ନ ନେବାକୁ ସରକାରଙ୍କୁ ଲେଖିଥିଲେ। କିନ୍ତୁ ଏସବୁ ମାମଲାର ଛାନଭିନ କରି ଏପ୍ରିଲ ମାସରୁ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦରମା ସଂକ୍ରାନ୍ତରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe