ପୁଲିସ ଚୟନ ପ୍ରକ୍ରିୟା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ

Advertisment
ପୁଲିସ ଚୟନ ପ୍ରକ୍ରିୟା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପୁଲିସ ରିଜର୍ଭ ପଡ଼ିଆଠାରେ କନେଷ୍ଟବଳ ଚୟନ ପ୍ରକ୍ରିୟା ବେଳେ ଜଣେ ପ୍ରାର୍ଥୀ ପ୍ରାଣ ହରାଇଛନ୍ତି। ୫ ହଜାର ମିଟର ଦୌଡ଼ୁଥିବା ସମୟରେ ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ଥାନା ଗୋଡ଼ଭଟା ଗାଁର ସୁଶାନ୍ତ ମାଝୀ(୨୪) ଅସୁସ୍ଥ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି। ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସେହିପରି ଗତ ୯ ତାରିଖରେ କଟକରେ ଶାରୀରିକ ଦକ୍ଷତା ପରୀକ୍ଷା କ୍ରସ୍‌ କଣ୍ଟ୍ରି ଚାଲିଥିବା ସମୟରେ ଦୁଇ ଜଣ ପ୍ରାର୍ଥୀ ଚହଟା ଓ ନରାଜ ମଝିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ହୋଇ ପଡ଼ିଥିବା କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୁଖାପଡ଼ାର ସୁରେଶ ଚନ୍ଦ୍ର ପ୍ରଧାନ(୨୨) ଏବଂ ପୁରୀର ସରୋଜ ସାହୁ(୨୨)ଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସୁରେଶଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe