ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା : ଲଢ଼ିବେ ମା’-ପୁଅ, ବାପ-ଝିଅ ଓ ସ୍ବାମୀ-ସ୍ତ୍ରୀ

Advertisment
ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା : ଲଢ଼ିବେ ମା’-ପୁଅ, ବାପ-ଝିଅ ଓ ସ୍ବାମୀ-ସ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ: ୨ ଜିଲ୍ଲା ପରିଷଦ ଜୋନ୍‌ରୁ ମାଆ-ପୁଅ ପ୍ରାର୍ଥୀ
ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଅଧୀନ ଦୁଇଟି ଜିଲ୍ଲା ପରିଷଦ ଜୋନ୍‌ରେ ମାଆପୁଅ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ୬୮ ନମ୍ବର ଜୋନ୍‌ରୁ ଆଦିତ୍ୟନାରାୟଣ ରଥ ଓ ୬୯ ନମ୍ବର ଜୋନ୍‌ରୁ ମାଆ ରଞ୍ଜନା ଦେବୀ (୭୩) ନିର୍ବାଚନ ଲଢ଼ିବାକୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ସଦସ୍ୟ ପଦବିରେ ମାଆପୁଅ ଆମ୍ ଆଦମୀ ପାର୍ଟି ଟିକଟରୁ ଲଢ଼ିବେ ବୋଲି ସୂଚନା ମିଳିଛି।

publive-image

ଗୋଟିଏ ପରିବାରରୁ ୩ ପ୍ରାର୍ଥୀ: ବାପ, ଝିଅ, ବୋହୂ
ଜଗତସିଂହପୁର ଟାଉନ୍ : ଗାଁର ବିକାଶ ଲକ୍ଷରେ ୩୨ ବର୍ଷ ତେଳେ କୁଜଙ୍ଗ ବ୍ଳକ୍ ପଣ୍ତୁଆ ପଂଚାୟତ ମୁଣ୍ତିଦା ଗାଁରେ ଗଢା ହୋଇଥିଲା ବାଲିଘର ସାହିତ୍ୟ ଓ ସଂସ୍କୃତି ପ୍ରତିଷ୍ଠାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି କୌଳାସ ଚନ୍ଦ୍ର ସ୍ବାଇଁ। ନିଜ ଗାଁ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ବାଲିଘର ପରିବାର ପକ୍ଷରୁ କୈଳାସ, ତାଙ୍କ ବୋହୂ ଓ ଝିଅ ଏଥର ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କୈଳାସ ଚନ୍ଦ୍ର ମଲ୍ଲିକ ପଣ୍ତୁଆ ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ତାଙ୍କ ବୋହୂ ସ୍ବପ୍ନିତା ସ୍ବାଇଁ କୁଜଙ୍ଗ ୨ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଝିଅ ପଣ୍ତୁଆର ସମିତି ସଭ୍ୟ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

publive-image

ପରସ୍ପର ବିରୋଧରେ ଲଢ଼ିବେ ସ୍ବାମୀ-ସ୍ତ୍ରୀ
ମାର୍ଶାଘାଇ : ମାର୍ଶାଘାଇ ମେହେନ୍ଦିନଗର ପଂଚାୟତରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ସ୍ବାମୀ-ସ୍ତ୍ରୀ। ଏଭଳି ଏକ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ମେହେନ୍ଦି ନଗରର ସରପଂଚ ରବୀନ୍ଦ୍ରନାଥ ପଣ୍ଡା ଏଥର ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ସ୍ତ୍ରୀ ରେଣୁବାଳା ପଣ୍ତା। ଶ୍ରୀମତୀ ପଣ୍ତା ଗ୍ରାମରେ ଓଁ ରାମେଶ୍ବରାୟ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଛନ୍ତି। ମାର୍ଶାଘାଇ ପଂଚାୟତ ସମିତି ଅଧ୍ୟକ୍ଷ ପଦବି ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶ୍ରୀମତୀ ପଣ୍ତା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୂର୍ବରୁ ଅବଶ୍ୟ ରବୀନ୍ଦ୍ର ବିଜେଡି ସହିତ ଥିବାବେଳେ ପରେ ଅସନ୍ତୁଷ୍ଟ ଭାବେ ପରିଗଣିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe