ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା: ଡାକ୍ତର ଭଉଣୀ ବିରୋଧରେ ଲଢ଼ିବେ ସରପଞ୍ଚ ଭଉଣୀ

Advertisment

ଲାଞ୍ଜିଗଡ଼ ଜୋନ୍‌ -୨ରେ ଫେରାର ଅଭିଯୁକ୍ତଙ୍କୁ ବିଜେଡିର ଜିଲ୍ଲା ପରିଷଦ ଟିକେଟ

ଲାଞ୍ଜିଗଡ଼ ଜୋନ୍‌ -୨ରେ ଫେରାର ଅଭିଯୁକ୍ତଙ୍କୁ ବିଜେଡିର ଜିଲ୍ଲା ପରିଷଦ ଟିକେଟ

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିତ୍ୱକୁ ନେଇ ଚର୍ଚ୍ଚା: ଡାକ୍ତର ଭଉଣୀ ବିରୋଧରେ ଲଢ଼ିବେ ସରପଞ୍ଚ ଭଉଣୀ

ନବରଙ୍ଗପୁର : ଜଣେ ପେସାରେ ଡାକ୍ତର। ଅନ୍ୟ ଜଣେ ସରପଞ୍ଚ। ସଂପର୍କରେ ଭଉଣୀ। କିନ୍ତୁ ନିର୍ବାଚନ ରାଜନୀତିରେ ଏବେ ପରସ୍ପର ବିରୋଧୀରେ ଲଢ଼ିବେ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ‌ଜୋନ୍‌-୨ରେ ହେବାକୁ ଯାଉଛି ଏମିତି ରୋଚକ ଲଢ଼େଇ। କିଏ କାହାକୁ ପରାସ୍ତ କରିବ ତାହାକୁ ନେଇ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଛି। ପାପଡ଼ାହାଣ୍ଡି ଜୋନ୍‌-୨ ଜିଲ୍ଲା ପରିଷଦ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ। ଚିକିତ୍ସକରୁ ରାଜନେତା ହୋଇଥିବାରୁ ରାତାରାତି ଚର୍ଚ୍ଚାକୁ ଆସିଥି‌ଲେ ଲିପିକା। ତାଙ୍କ ବିରୋଧରେ କିଏ ବିଜେଡିରୁ ଲଢ଼ିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ଏହି ଚର୍ଚ୍ଚାରେ ବିରାମ ଲଗାଇ ବିଜେଡି ବଡ଼ ବାଜି ଖେଳିଛି। ମାଉସୀ ଝିଅ ଭଉଣୀ ଭାନୁମତି ପୂଜାରୀଙ୍କୁ ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି। ଯଦି ରାଜନୈତିକ ଅଭିଜ୍ଞତାକୁ ଦେଖିବା ତେବେ ଲିପିକାଙ୍କ ବାପା ଏହି ଅଞ୍ଚଳରେ ପୂର୍ବରୁ ବିଧାୟକ ଥିଲେ। ତେଣୁ ଭଲ ଲୋକ ସଂପର୍କ ରହିଛି। ଅନ୍ୟପଟେ ଭାନୁମତି ରାଜନୀତିରେ ଆଦୌ ନୂଆ ଖେଳାଳି ନୁହନ୍ତି। କାରଣ ପାପଡ଼ାହାଣ୍ଡି ବ୍ଲକ୍‌ ସେମଳା ପଞ୍ଚାୟତର ସରପଞ୍ଚ ଭାବେ ୨୦୧୭ ମସିହାରେ ନିର୍ବାଚିତ ହୋଇଥିଲେ। ତାଙ୍କୁ ନିର୍ବାଚନରେ ବିଧାୟକ ମନୋହର ରନ୍ଧାରୀ ସହଯୋଗ କରୁଛନ୍ତି। ଦୁଇ ଭଉଣୀ ମୁହାଁମୁହିଁ ହେଉଥିବାରୁ ନିଶ୍ଚିତ ରୂପେ ଲଢ଼େଇ ଜୋରଦାର ହେବ ବୋଲି ସଂକେତ ମିଳୁଛି।

ଲାଞ୍ଜିଗଡ଼ ଜୋନ୍‌ -୨ରେ ଫେରାର ଅଭିଯୁକ୍ତଙ୍କୁ ବିଜେଡିର ଜିଲ୍ଲା ପରିଷଦ ଟିକେଟ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଲାଞ୍ଜିଗଡ଼ ଜୋନ୍‌-୨ ପାଇଁ ଟିକଟ୍‌ ହାତେଇଥିବା ବିଜେଡି ପ୍ରାର୍ଥୀ ସୁବାସ ନାଏକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡିରେ ଅନେକ ବର୍ଷ ଧରି ଜଡ଼ିତ ଥିବା ସମସ୍ତ ଆଶାୟୀଙ୍କୁ ଅଣଦେଖା କରି ଦଳ ତାଙ୍କୁ ଟିକଟ୍‌ ପ୍ରଦାନ କରିଛି। ସେ ବିଜେଡି ପାଇଁ ସମ୍ପୂର୍ଣ୍ଣ ନୂଆ, ତାଙ୍କର କୌଣସି ଦଳୀୟ ଅନୁଭୂତି ନଥିବା ଅଭିଯୋଗ ହୋଇଛି।

ତାଙ୍କ ବିରୋଧରେ ୨୦୧୯ ମସିହା ମାର୍ଚ ୧୮ରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍‌ ମଧ୍ୟରେ ଭଙ୍ଗାରୁଜା, ପୋଡ଼ାଜଳା ସହିତ କାର୍ଯ୍ୟରତ ଓଆଇଏସ୍ଏଫ୍ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ ଭଳି ଅଭିଯୋଗ ରହିଛି। ପୋଡ଼ାଜଳା ଯୋଗୁଁ ଓଆଇଏସ୍ଏଫ୍‌ ମେଜର ହାବିଲଦାର ସୁଜିତ ମିଞ୍ଜଙ୍କ ନିଆଁରେ ପୋଡ଼ି ମୃତ୍ୟୁ ହୋଇଥିଲା। ଏନେଇ ଓଆଇଏସ୍ଏଫ୍ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ୧୫/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୬୮ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସୁବାସଙ୍କ ନାମ ମାମଲାର ୩୩ ନମ୍ବରରେ ରହିଛି। ପୁଲିସ ରେକର୍ଡରେ ସେ ଆଜି ବି ଫେରାର ଅଭିଯୁକ୍ତ ଭାବେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe