ଡାକ୍ତରି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଓମସା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ମହମବତୀ ଶୋଭାଯାତ୍ରା

Advertisment
ଡାକ୍ତରି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଓମସା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ମହମବତୀ ଶୋଭାଯାତ୍ରା

ମାଲକାନଗିରି: ପଶ୍ଚିମବଙ୍ଗର କୋଲକାତା ଆରଜି କେୟାର ଭେଷଜ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ନିର୍ମମ ହତ୍ୟାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ମାଲକାନଗିରିରେ ମଧ୍ୟ ଏହାର ପ୍ରତିବାଦ ଉଠିଛି। ଶନିବାର ସକାଳୁ ଜିଲ୍ଲା ହସପିଲାଟ ପ୍ରାଙ୍ଗଣରେ ଓମସାର ଜିଲ୍ଲା ସଭାପତି ଡ.ଧନେଶ୍ବର ମହାପାତ୍ରଙ୍କ ନେତୃତ୍ବରେ ସଂପାଦକ ଡ.ସୁବ୍ରତ କୁମାର ଜେନା,ଡ.ବ୍ରଜବନ୍ଧୁ ଦାସ ସମେତ ଜିଲ୍ଲାର ସମସ୍ତ ଡାକ୍ତର ଏକତ୍ରିତ ହୋଇ କଳା ବ୍ୟାଜ ପରିଧାନ କରି ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଆଇଏମଏ ଦ୍ବାରା ଦିଆଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମସ୍ତ ସଦସ୍ୟମାନଙ୍କ ସହମତି ହେବା ସହ ସଂଧ୍ୟାରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ଶୋଭାଯାତ୍ରା କରାଯାଇଥିଲା।ଏହି ଶୋଭାଯାତ୍ରା ମୁଖ୍ୟ ଚିକିତ୍ସାଳୟରୁ ସିଡିଏମଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହାର ପ୍ରତିବାଦ କରିଥିଲେ। ତେବେ ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିନଥିଲେ।ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ରୋଗୀଙ୍କୁ ସେବା ଯୋଗାଇବାରେ ଡାକ୍ତରଙ୍କର ପରିଶ୍ରମ ଦେଖିବାକୁ ମିଳିଥିଲା। ଡାକ୍ତରମାନଙ୍କ ପ୍ରତି ହେଉଥିବା ଏଭଳି ଜଘନ୍ୟ କାଣ୍ଡକୁ ତୁରନ୍ତ ରୋକାଯିବା ସହ ଡାକ୍ତରଙ୍କୁ ସୁରକ୍ଷା ନଦେଲେ କାର୍ଯ୍ୟ ବନ୍ଦ ନେଇ ଦାବି ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe