ପ୍ରିୟଙ୍କା ପାତ୍ରଙ୍କ ସ୍ମୃତିରେ ମହମବତି ‌ଶୋଭାଯାତ୍ରା

Advertisment
ପ୍ରିୟଙ୍କା ପାତ୍ରଙ୍କ ସ୍ମୃତିରେ ମହମବତି ‌ଶୋଭାଯାତ୍ରା

ଚାନ୍ଦବାଲି : ମରିକି ବି ସେ ଅମର। ଅଙ୍ଗଦାନ କରି ଦୁଇଟି ଅମୂଲ୍ୟ ଜୀବନ ବଞ୍ଚାଇଥିବାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ରାଜନଗର ସାହିର ପ୍ରିୟଙ୍କା ପାତ୍ରଙ୍କୁ ଭୁରିଭୁରି ପ୍ରଶଂସା କରିଛି ସଂଗ୍ରାମ ସେନା। ସେନା ନେତୃତ୍ବରେ ଶତାଧିକ ଯୁବକ ଓ କଲେଜ ଛାତ୍ରଛାତ୍ରୀ ୫ ତାରିଖ ସନ୍ଧ୍ୟାରେ ଚାନ୍ଦବାଲି କାଳୀ ମନ୍ଦିରରୁ ମହମବତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ପ୍ରିୟଙ୍କାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମା’ଙ୍କ ନିକଟରେ ଦୀପ ଜାଳିଥିଲେ। ପ୍ରକାଶଥାଉକି, ଗତ ୨୬ ତାରିଖରେ ପ୍ରିୟଙ୍କା ଓ ତାଙ୍କ ୫ ବର୍ଷର ଝିଅ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଡାକ୍ତର ପ୍ରିୟଙ୍କାଙ୍କ ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍) ଘୋଷଣା କରିବା ପରେ ପରିବାର ଲୋକଙ୍କ ସହମତି କ୍ରମେ ତାଙ୍କ କିଡ୍‌ନି ବାହାର କରାଯାଇ ଅନ୍ୟ ଦୁଇଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ତାଙ୍କ ପରିବାରର ଏହି ମହାନତା ପାଇଁ ସଂଗ୍ରାମ ସେନା ସାଧୁବାଦ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe