ରାଇରଙ୍ଗପୁର: ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ରାଇରଙ୍ଗପୁରର ସୁଯୋଗ୍ୟ କନ୍ୟା ଦ୍ରୌପଦୀ ମୁର୍ମୁ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ମନୋନୀତ ହୋଇ ନିର୍ବାଚନ ଲଢୁଛନ୍ତି। ଆସନ୍ତାକାଲି ଫଳାଫଳ ଘୋଷଣା ହେବ। ସୁନିଶ୍ଚିତ ବିଜୟ ନେଇ ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଡ଼ି ଗ୍ରାମର ଶୈବପୀଠ ବାବା ପୂର୍ଣ୍ଣେଶ୍ବର ମନ୍ଦିରରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ବଳନ ଓ ପୂଜାର୍ଚ୍ଚନା କରାଯାଇଛି।
ପୂଜକ ପ୍ରସନ୍ନ ଷଡ଼ଙ୍ଗୀ ଓ ଦେବବ୍ରତ ରଥମହାପାତ୍ର ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ବାମନଘାଟୀ ବ୍ରାହ୍ମଣ ମହାସଭାର, ଦିବ୍ୟଜୀବନ ସଂଘ, ଶ୍ରୀଶ୍ରୀ ରବିଶଙ୍କର ଆର୍ଟ ଅଫ୍ ଲିଭିଂ, ସାଇ ସେବା ସମିତି, ବୁଦ୍ଧିଜୀବୀ ସଂଘ, ବଣିକ ସଂଘ, ଠିକାଦାର ସଂଘ, ସାମ୍ବାଦିକ ସଂଘ, ମହିଳା ସମିତି, ଅଟୋ ସଂଘର ସଦସ୍ୟ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।
  
 Follow Us