କୋରାପୁଟ: ଜଲାପୁଟ ଜଳଭଣ୍ଡାରର ଗୋଟିଏ ଦ୍ବୀପରୁ ନିୟନ୍ତ୍ରଣ ହେଉଥିଲା ଗଞ୍ଜେଇ ବ୍ୟବସାୟର ସାମ୍ରାଜ୍ୟ। ଦୈନିକ ଶହ ଶହ କିଲୋ ଗଞ୍ଜେଇ ଏହି ଦ୍ବୀପରେ ପହଞ୍ଚୁଥିଲା। କିନ୍ତୁ ଏଠାରେ ଗଞ୍ଜେଇ ତେଲ ପ୍ରସ୍ତୁତ କରାଯାଇ ବୋତଲ ଓ ପାଉଚ୍ରେ ମାଫିଆଙ୍କ ନିକଟକୁ ଯାଉଥିଲା। ଘଞ୍ଚ ଜଙ୍ଗଲରେ ଚାଲିଥିବା ନୀଳ ଜହରର ବିଶାଳ ନେଟ୍ୱର୍କକୁ ଶେଷରେ ଧ୍ବଂସ କରିଛି କୋରାପୁଟ ପୁଲିସ। ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ କରଯାଇଛି। ଯାହାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ।
/filters:format(webp)/sambad/media/media_files/2026/02/27/dgdagdagzvc-2026-02-27-01-51-28.jpg)
ଆଜି ଏସ୍ପି ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜେଇ ଚାଲାଣ ରୋକିବାରେ ମିଳିଥିବା ବଡ଼ ସଫଳତା ବିଷୟରେ ସୂଚନା ଦେଇଛନ୍ତି। କିଛି ମାସ ତଳେ ଜୟପୁର ଅଞ୍ଚଳରୁ ପୁଲିସ ଗୋଟିଏ ଲିଟର ଗଞ୍ଜେଇ ତେଲ ଜବତ କରିଥିଲା। ଜଣେ ଚାଲାଣକାରୀକୁ ଗିରଫ ପରେ ପଚରାଉଚୁରା କରିବାରୁ ବହୁ ରହସ୍ୟ ଉପରୁ ପରଦା ଉଠାଇବା ସହ ଚାଞ୍ଚଲ୍ୟକର ତଥ୍ୟ ପୁଲିସକୁ ମିଳିଥିଲା। ପାଡ଼ୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ଭିତରେ ରହିଥିବା ଦ୍ବୀପ ଉପରେ କିଛି ଦିନ ହେଲା ପୁଲିସର ନିରନ୍ତର ନଜର ରହିଥିଲା। ଗଞ୍ଜେଇ ମାଫିଆଙ୍କ ପ୍ରତ୍ୟେକ ଗତିବିଧିକୁ ଜାଣିବା ଲାଗି ଡ୍ରୋନ୍ର ସହାୟତା ନିଆଯାଇଥିଲା। ପରେ ଏସ୍ପିଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରିଥିଲା।
Meeting: ଓଡ଼ିଶା ଜଳ ଯୋଗାଣ ଓ ପରିମଳ ବୋର୍ଡର ବୈଠକରେ ପ୍ରଶାସନିକ ଓ କଲ୍ୟାଣକାରୀ ସଂସ୍କାର ପାଇଁ ନିଷ୍ପତ୍ତି
ମାଷ୍ଟରମାଇଣ୍ଡ୍ର ପିଛା କରୁଛି ପୁଲିସ
ଏସ୍ପିଙ୍କ ନେତୃତ୍ବରେ ହୋଇଥିଲା ଚଢ଼ଉ
ଗଞ୍ଜେଇ ତେଲ କାରଖାନାରେ ପହଞ୍ଚିବାକୁ ସିଧାସଳଖ ରାସ୍ତା ନ ଥିବାରୁ କିଛି କିଲୋମିଟର ପୁଲିସକୁ ଡଙ୍ଗାରେ ଯିବାକୁ ପଡ଼ିଥିଲା। ଏହାପରେ ପଡ଼ାଲପୁଟ ଗାଁ ନିକଟସ୍ଥ ଜଙ୍ଗଲରେ ତଲାସୀ ଆରମ୍ଭ ହୋଇଥିଲା। ତେବେ ପୁଲିସ ତେଲ କାରଖାନାରେ ପହଞ୍ଚିବା ପୂର୍ବରୁ ମାଫିଆ ଫେରାର ହୋଇଯାଇଥିଲେ। ପୁଲିସ ତେଲ ଜବତ କରିବା ସହ ପ୍ରାୟ ୧ହଜାର କେଜି ଗଞ୍ଜେଇ ଜବତ କରିଛି। ଚଢ଼ଉ ଜାରି ରହିଛି ଏବଂ କାରବାରରେ ସଂପୃକ୍ତ ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ଏସ୍ପି କହିଛନ୍ତି। ତେଲ ପ୍ରସ୍ତୁତି ଓ ଚାଲାଣରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ତଥା ସହଯୋଗୀଙ୍କୁ ଚିହ୍ନଟ କରାଯାଇଛି। ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଗତ କିଛି ମାସ ମଧ୍ୟରେ ଅପରେସନ୍ ଗ୍ରିନ୍ କ୍ଲିନ୍ରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି।
Follow Us