ଧର୍ମଗଡ଼ : ଗତ ୨୦୨୧ ଅଗଷ୍ଟ ୮ ତାରିଖ ସନ୍ଧ୍ୟାରେ କୋକସରା ପୁଲିସ୍ ଅଇଁଲାଗୁଡ଼ା ଛକ ନିକଟରେ ଯାନବାହନ ଯାଞ୍ଚ କରୁଥିବା ବେଳେ ୨ଟି କାର୍କୁ ଅଟକାଇଥିଲା। ଗାଡ଼ିରୁ ତିନି କ୍ୱିଣ୍ଟାଲ ଏଗାର କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଚାରି ଜଣ ଯୁବକଙ୍କୁ ଗିରଫ କରିଥିଲା। ଏଥିସହ ଏକ ମାମଲା ରୁଜୁ କରି ସୁରଜ ସିଂ (୨୫), ଅନୀଲ କୁମାର ବିନ୍ଧ (୨୫), ରବି ଶଙ୍କର ଚୌହାନ(୨୨) ଓ କୁଳଦୀପ ଗୁପ୍ତା (୨୦)ଙ୍କୁ କୋର୍ଟଚାଲାଣ କରିଥିଲା।
ଗୁରୁବାର ଏହି ମାମଲାର ଶୁଣାଣି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ତଥା ସ୍ୱତନ୍ତ୍ର ଜଜ୍ ବନ୍ଦନା କର ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟରେ ଅତିରିକ୍ତ ଏକବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି। ଅତିରିକ୍ତ ସ୍ୱତନ୍ତ୍ର ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ମାମଲା ପରିଚାଳନା କରିଥିଲେ।
Follow Us