ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ, ଦମ୍ପତି ଗିରଫ

Advertisment
ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ, ଦମ୍ପତି ଗିରଫ

ଟିଟିଲାଗଡ଼: ଟ୍ରେନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବିଷୟରେ ଖବର ପାଇ ଟିଟିଲାଗଡ଼ ରେଳବାଇ ପୁଲିସ ଚଢ଼ଉ କରି ମଧ୍ୟପ୍ରଦେର ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୧.୭ କେଜି ଗଞ୍ଜେଇ ଜବତ କରାଯାଇଛି।

ସୂଚନା ଅନୁସାରେ, ଟିଟିଲାଗଡ଼ ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ମଧ୍ୟପ୍ରଦେଶ ଛିନ୍ଦବାଡ଼ା ଅଞ୍ଚଳର ଜୟରାମ ନାହାର ଏବଂ ତାଙ୍କ ସ୍ତ୍ରୀ ଅମ୍ବିକା ସାହୁ ବସ୍ତାରେ ଥିବା ଉକ୍ତ ଗଞ୍ଜେଇ ଧରି ସମତା ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରେଳବାଇ ପୁଲିସର ଏଏସ୍‌ଆଇ ଦୟାରାମ ଲୁହା, କନେଷ୍ଟବଳ ସୁଭାଷ ଚନ୍ଦ୍ର ନାୟକ, ମହିଳା କନେଷ୍ଟବଳ ବବଲି ବର୍ମାନ, ଏଏସ୍‌ଆଇ ଅଜିତ କୁମାର ପ୍ଲାଟଫର୍ମରେ ପେଟ୍ରୋଲିଂ ସେମାନଙ୍କ ଉପରେ ସନ୍ଦେହ କରିଥିଲେ।

ପଚରା ଉଚରା ପରେ ସେମାନେ ଟିଟିଲାଗଡ଼ ଅଞ୍ଚଳରୁ ଉକ୍ତ ଗଂଜେଇ କିଣି ଛିନ୍ଦୱାଡ଼ା ନେଉଥିବା କହିଥିଲେ। ଉଭୟଙ୍କୁ ଗିରଫ କରିବା ପରେ ରେଳବାଇ ପୁଲିସ ଟିଟିଲାଗଡ଼ ଜିଆର୍‌ପିକୁ ହସ୍ତାନ୍ତର କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆର୍‌ପିଏଫ୍‌ ଅଧିକାରୀ ଧର୍ମେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଚନ୍ଦ୍ର ପ୍ରସାଦ ଦେହୁରୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe