ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଗଲା

Advertisment
ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କରାଗଲା

The Hindu

କଣ୍ଟାମାଳ: କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲମ୍ବଶରୀ ପଞ୍ଚାୟତ ବଲମତୁମା ସଂରକ୍ଷିତ ଜଙ୍ଗଲରୁ ବୁଦବାର ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ଚଢ଼ଉ କରି ବଲମତୁମା ଅଞ୍ଚଳର ୩୭ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ୫୭ ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଥିବା ଜଣାପଡ଼ିଛି।

ସେହିପରି ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ହେମକାନ୍ତ ସୁନାଙ୍କ ନେତୃତ୍ବରେ ମନୁପାଲି ପଞ୍ଚାୟତ ମୁଣ୍ଡିପଦର ଗ୍ରାମ ନିକଟ ଭଣ୍ଡାରୀ ଧୋବା ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ୭୧ ଏକର ଜଙ୍ଗଲ ଜମିରେ ହୋଇଥିବା ପ୍ରାୟ ୮୫ ହଜାର ୨ ଶହ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଥିଲା। ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଭାବରେ ବୌଦ୍ଧ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe