ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Advertisment
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ନୂଆପଡ଼ା: ନୂଆପଡ଼ା ଅବକାରୀ ବିଭାଗ ଆଜି ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସୂଚନାନୁସାରେ ନୂଆପଡ଼ା ଅବକାରୀ ଅଧିକାରୀ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ହୀରାବତୀ ଥାଟ୍ଟି ନେତୃତ୍ବରେ ଏକ ଟିମ୍‌ ଖରିଆର୍‌ ରୋଡ୍‌ ଜଳାରାମ ଛକରେ ଚଢ଼ଉ କରିଥିଲେ।

ସେଠାରେ ୨ଟି ବ୍ୟାଗ୍‌ରେ ଗଂଜେଇ ଧରି ରାୟପୁର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଯୁବକ ହେଲେ ଉତ୍ତରପ୍ରଦେଶ ଆମ୍ବେଦକରନଗର ଜିଲ୍ଲା ଜୟଦପୁର ଥାନା ସରିଆନ ଗ୍ରାମର ମହମ୍ମଦ ସଂସ୍ଥରେଜ୍‌ (୧୯) ଓ ସରେଇନ୍‌ ଗ୍ରାମର ଉମାକାନ୍ତ ଦୁବେ (୩୬) ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ତାଙ୍କ ନିକଟରୁ ୨୭ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe