ଗାଡ଼ି ମିଳିଲାନି, ଟ୍ରଲିରେ ବୁହାହେଲେ

Advertisment

ଦୁର୍ଘଟଣାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ବାମୀ ମୃତ

ଦୁର୍ଘଟଣାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ବାମୀ ମୃତ

ଗାଡ଼ି ମିଳିଲାନି, ଟ୍ରଲିରେ ବୁହାହେଲେ

ଦିଗପହଣ୍ଡି/ଚିକିଟି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାୟକଙ୍କ ସ୍ବାମୀ ଅମର ନାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ପ୍ରଥମେ ଗୁରୁତରଙ୍କୁ ଲକ୍ଷ୍ମୀ ବସ୍‌ରେ ଚିକିଟି ନିଆଯାଇଥିଲା। ସେଠାରୁ ତୁରନ୍ତ ଏକ ପଟ୍ଟା ରିକ୍ସା (ଟ୍ରଲି)ରେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଅମର କୌଣସି କାମରେ ନିଜ ଗ୍ରାମ ବମକୋଇରୁ ଚିକିଟି ଅଭିମୁଖେ ଯାଇଥିଲେ। ଅପରାହ୍ନ ପ୍ରାୟ ୫ ଘଣ୍ଟାସମୟରେ ଘରକୁ ଫେରୁଥିବା ବେଳେ ଚିକିଟି-ଜକର ମୁଖ୍ୟରାସ୍ତା ରତନେଶ୍ବରୀ ପୀଠ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ରଣ୍ଢା ଅଞ୍ଚଳର ଦୁଇଯୁବକଙ୍କ ସହିତ ବାଇକ୍‌ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ସେହି ସମୟରେ ‘ଲକ୍ଷ୍ମୀ’ ବସ୍ ଯାଉଥିବା ବେଳେ ସେଥିରେ ଗୁରୁତରଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବସ୍‌ଟି ଚିକିଟ ଫୋଷ୍ଟ ଅଫିସ୍‌ ମୁଖ୍ୟ ରାସ୍ତାରେ ରହିବାପରେ କୌଣସି ଅଟୋ କିମ୍ବା ଗାଡ଼ି ନମିଳିବାରୁ ଲୋକେ ଏକ ପଟ୍ଟା ରିକ୍ସା ସାହାଯ୍ୟରେ ଅମରକୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ଅମରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe