କ୍ୟାପିଟାଲ ହାଇସ୍କୁଲ ୧୯୮୨ ବ୍ୟାଚ୍‌ର ବନ୍ଧୁ ମିଳନ

Advertisment
କ୍ୟାପିଟାଲ ହାଇସ୍କୁଲ ୧୯୮୨ ବ୍ୟାଚ୍‌ର ବନ୍ଧୁ ମିଳନ

ଭୁବନେଶ୍ୱର: କ୍ୟାପିଟାଲ ହାଇସ୍କୁଲର ୧୯୮୨ ବ୍ୟାଚ୍‌ର ଦଶମ ବନ୍ଧୁ ମିଳନ ଜୟଦେବ ବାଟିକାରେ ଅନଷ୍ଠିତ ହୋଇଯାଇଛି। ସ୍କୁଲମେଟ ୮୨ର ଆଡ୍‌ମିନ ଶ୍ରୀ ଦୁର୍ଗେଶ  ନନ୍ଦନ ଗିରି, ବିକ୍ରମ, ଗଜେନ୍ଦ୍ର, କୁମୁଦ, ସୁରିତ, ସଦାଶିବ, ନିହାଲ ଏବଂ ଦୂର ଦୂରାନ୍ତରରୁ ଆସିଥିବା ବନ୍ଧୁମାନଙ୍କ ସହଯୋଗରେ ଏହି ବନ୍ଧୁ ମିଳନ ସଫଳ ହୋଇଥିଲା।

publive-image

ଏହି ଅବସରରେ ୧୯ଜଣ ଦିବଂଗତ ବନ୍ଧୁଙ୍କର ଆତ୍ମାର ସଦ୍‌ଗତି ପ୍ରାପ୍ତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିସହିତ କିଛି ଗଠନମୂଳକ ସାମାଜିକ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରସ୍ତାବ ଅନୁମୋଦିତ ହେବା ସହିତ ବନ୍ଧୁ ବିକ୍ରମଙ୍କ ଦ୍ଵାରା ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଆପ୍ୟାୟିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe