କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା : ଦେଲେନି ଆଇସିୟୁ, ଆଖି ବୁଜିଲେ ଆଟେଣ୍ଡାଣ୍ଟ

Advertisment

ନିଜ କର୍ମଚାରୀଙ୍କୁ ବଞ୍ଚାଇ ପାରିଲେନି, ଚିକିତ୍ସାରେ ଅବହେଳା ଅଭିଯୋଗ, ଉତ୍ତେଜନା, ବେଡ୍ ଖାଲି ଥିବା ଧରା ପକାଇଦେଲେ କର୍ମଚାରୀ

ନିଜ କର୍ମଚାରୀଙ୍କୁ ବଞ୍ଚାଇ ପାରିଲେନି, ଚିକିତ୍ସାରେ ଅବହେଳା ଅଭିଯୋଗ, ଉତ୍ତେଜନା, ବେଡ୍ ଖାଲି ଥିବା ଧରା ପକାଇଦେଲେ କର୍ମଚାରୀ

କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା : ଦେଲେନି ଆଇସିୟୁ, ଆଖି ବୁଜିଲେ ଆଟେଣ୍ଡାଣ୍ଟ

Telegraph India

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜରୁରୀ ସମୟ‌ରେ ହସ୍ପିଟାଲର ଜଣେ କର୍ମଚାରୀଙ୍କୁ ଆଇସିୟୁରେ ବେଡ୍‌ ନମିଳିବାରୁ ଦୀର୍ଘ ସମୟ ଧରି ଛଟପଟ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଆଜି ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଓ ଆଇସିୟୁରେ ବେଡ୍‌ ଥାଇ ମଧ୍ୟ ତାଙ୍କୁ ଦିଆ ଯାଇନଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକ ଓ ହସ୍ପିଟାଲର ଚତୁର୍ଥଶ୍ରେଣୀ କର୍ମଚାରୀ ପାଟିତୁଣ୍ଡ, ହୋ-ହଲ୍ଲା କରିଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ଅନୁସାରେ, ହସ୍ପିଟାଲର ଏସ୍‌ଏନ୍‌ସିୟୁରେ କାର୍ଯ୍ୟ କରୁଥିବା ମହିଳା ଆଟେଣ୍ଡାଣ୍ଟ ଅନୁପମା ନାୟକ ଗତକାଲି ସକାଳେ ଡ୍ୟୁଟି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ସେ କାଜୁଆଲଟିରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ତାଙ୍କୁ ଅବଜରଭେସନ୍ ୱାର୍ଡରେ ରଖିବା ସହ ଆଇସିୟୁକୁ ଏଥିପାଇଁ କଲ୍ ଦେଇଥିଲେ। ମାତ୍ର ଆଇସିୟୁରେ ବେଡ୍‌ ନଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ପରବର୍ତୀ ସମୟରେ ତାଙ୍କୁ ମହିଳା ଭେଷଜ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯିବାରୁ ପୁଣିଥରେ ଆଇସିୟୁକୁ ନେବା ପାଇଁ କଲ୍ ଦିଆଯାଇଥିଲା। ହେଲେ ଏଥର ମଧ୍ୟ ଆଇସିୟୁରେ ବେଡ୍‌ ଖାଲି ନଥିବା କୁହାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଯନ୍ତ୍ରଣା‌‌ରେ ଛଟପଟ ହେବା ପରେ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

‌‌ତେବେ ରାତିରେ ଆଇସିୟୁରେ ୪/୫ଟି ବେଡ୍‌ ଖାଲି ରହିଥିବା ଓ ଭୋର୍‌ ସମୟରେ ଏକ ଘରୋଇ ହସ୍ପିଟାଲରୁ ଜଣେ ରୋଗୀ ଆଇସିୟୁରେ ଭର୍ତି ହୋଇଥିବା ଘଟଣା ସଂପର୍କରେ ସେଠାରେ କାର୍ଯ୍ୟରତ କିଛି କର୍ମଚାରୀ ପ୍ରଘଟ କରିଦେବାରୁ ଉତ୍ତେଜନା ଦେଖାଦେଇଥିଲା। ହସ୍ପିଟାଲର ସବୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏକାଠି ହୋଇ ଏହାର ତୀବ୍ର ପ୍ରତିବାଦ କରିଥିଲେ। ତେବେ ପରିସ୍ଥିତି ଉଗ୍ରରୂପ ନେଉଥିବା ଦେଖି ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ମନାଇବାକୁ ଚେଷ୍ଟା କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଅପରପକ୍ଷେ ଏହି ଘଟଣା ପରେ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କୁ ନେଇ ଘନଘନ ବୈଠକ ବସିଥିଲା। ଆସନ୍ତା କିଛି ଦିନ ଭିତରେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଆନ୍ଦୋଳନରତ କର୍ମଚାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଟିକେଟ୍‌ କାଉଣ୍ଟରଠାରୁ ଆରମ୍ଭ କରି ବେଡ୍‌ ଓ ପରୀକ୍ଷା ବ୍ୟବସ୍ଥା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ଏହାସହ ହସ୍ପିଟାଲର ଆଇସିୟୁକୁ ଅନେକ ସମୟରେ ଘରୋଇ ହସ୍ପିଟାଲର ରୋଗୀଙ୍କୁ ଅଣାଯାଇ ଅଯଥାରେ ବେଡ୍‌କୁ ବ୍ଲକ୍‌ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଫଳରେ ଜରୁରୀ ରୋଗୀଟିଏ ଆଇସିୟୁ ବେଡ୍‌ ପାଇପାରୁନାହିଁ। ଏ ସଂପର୍କରେ ‘ସମ୍ବାଦ’ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ଆଜିର ଘଟଣା ସଂପର୍କରେ ହସ୍ପିଟାଲର ଅଧୀକ୍ଷକ ଡା. ନାରାୟଣ ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏଭଳି କୌଣସି ଘଟଣା ସଂପର୍କରେ ଜାଣି ନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe