ବଦଳିବ କ୍ୟାପିଟାଲ ହସ୍ପିଟାଲ ରଙ୍ଗ: ସରକାରଙ୍କ ନିଷ୍ପତ୍ତି

ରାଜ୍ୟରେ ସରକାର ବଦଳିଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏବେ ରାଜ୍ୟର ବିଭିନ୍ନ ମେଡିକାଲର ରଙ୍ଗ ବଦଳିବ...

Capital Hospital color to change, Government decision

Capital Hospital color to change, Government decision Photograph: (sambad.in)

ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳିଛନ୍ତି। ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ରଙ୍ଗ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏବେ ରାଜ୍ୟର ବିଭିନ୍ନ ମେଡିକାଲର ରଙ୍ଗ ବଦଳିବ । ବିଶେଷକରି କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ବଡ଼ ମେଡିକାଲର ରଙ୍ଗ ବଦଳିବ।

ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି । କ୍ୟାପିଟାଲ ହସ୍ପିଟାଲର କେତେକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସମ୍ପୂର୍ଣ୍ଣ ହେବା ପରେ ରଙ୍ଗ ବଦଳାଯିବ ।

 ବିଜେପି ସରକାରଙ୍କର ଏହି ରଙ୍ଗ ବଦଳାଇବା କାର୍ଯ୍ୟକୁ ବିଜେଡି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସରକାରୀ କୋଠାର ରଙ୍ଗ ବଦଳାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ବିଜେଡି କଡ଼ା ସମାଲୋଚନା କରିଛି । ବିଜେଡି ପକ୍ଷରୁ କୁହାଯାଇଛି, ରଙ୍ଗ ବଦଳାଇଲେ  ସରକାରଙ୍କ ଚରିତ୍ର ବଦଳି ଯାଏନି । ସୁଶାସନ ଦେଲେ ଲୋକେ ଭଲ ପାଇବେ, ରଙ୍ଗ ବଦଳାଇଲେ ନୁହେଁ । ଏଭଳି କରି ସରକାର ଅଯଥା ଖର୍ଚ୍ଚ କରୁଛନ୍ତି।

ଅଧିକ ପଢ଼ନ୍ତୁ: ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ: ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ବିଜେଡି ପକ୍ଷରୁ କୁହାଯାଇଛି, ବିଜେପି ବାର୍ତ୍ତା ଦେବାକୁ ଚାହୁଁଛି, ସରକାର ବଦଳିଲେ, ରଙ୍ଗ ବଦଳିବ । କାହିଁକି ରଙ୍ଗ ବଦଳାଯାଉଛି, ତାର ଉତ୍ତର ସରକାର ରଖିବା ଉଚିତ୍ । କାମ ଭଲ ହେବା ଉଚିତ ନାଁ ରଙ୍ଗ ବଦଳାଇବା ଉଚିତ୍ ଏହାର ଜବାବ୍ ସରକାର ଦିଅନ୍ତୁ।

ରଙ୍ଗ ବଦଳାଇବା ନେଇ ବିଜେଡି ପକ୍ଷରୁ ଦେବୀ ମିଶ୍ର କହିଛନ୍ତି, ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଯୋଜନା । ନବୀନ ପଟ୍ଟନାୟକ କହିଛନ୍ତି ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବନି । ନବୀନଙ୍କ ସଫଳତା ଯାହା ଗତ ୨୪ ବର୍ଷରେ ହୋଇଛି, ତାହା ସେମାନେ ବଦଳାଇ ପାରିବେନି ।

ବିଜେପି ଆମକୁ ଆକ୍ଷେପ କରି ସବୁବେଳେ ୨୪ ବର୍ଷ ସରକାର କଥା କହୁଛି,। ସେମାନେ ବୋଧହୁଏ ଭୁଲି ଯାଇଛନ୍ତି, ଯେ, ୯ ବର୍ଷ ଆମ ସହ ସେମାନେ ସରକାରରେ ଥିଲେ । ସେମାନେ ଆମ ସରକାରର ସହଯୋଗୀ ଥିଲେ ବୋଲି ଦେବୀ ମିଶ୍ର କହିଛନ୍ତି।

ଅଧିକ ପଢ଼ନ୍ତୁ: ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷା: ହତାଶ ଓଡ଼ିଶା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିବାଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe