ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍‌ପିଟାଲର ବିରଳ ରେକର୍ଡ: ୧୦୦ରୁ ଊର୍ଧ୍ୱ ବୟସ୍କ ବୃଦ୍ଧଙ୍କର ହେଲା ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

Advertisment
ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍‌ପିଟାଲର ବିରଳ ରେକର୍ଡ: ୧୦୦ରୁ ଊର୍ଧ୍ୱ ବୟସ୍କ ବୃଦ୍ଧଙ୍କର ହେଲା ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ଭୁବନେଶ୍ୱର: ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ କରିଛି। ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। କ୍ୟାପିଟାଲ ହସ୍‌ପିଟାଲରେ ଚକ୍ଷୁ ବିଶେଷଜ୍ଞ ଡଃ ଅଶ୍ୱନୀ ମେହେର୍ଦ୍ଦା ଓ ତାଙ୍କ ଟିମ୍‌ ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି।

publive-image

ସୂଚନାଯୋଗ୍ୟ, ଶ୍ରୀ ମିଶ୍ରଙ୍କ ଦୁଇଟି ଯାକ ଆଖିରେ ମୋତିଆ ବିନ୍ଦୁ ହେବାଦ୍ୱାରା ତାଙ୍କୁ ଠିକ୍‌ରେ ଦେଖା ଯାଉ ନଥିଲା। ପ୍ରାୟ ଏକବର୍ଷ ପୂର୍ବେ ସେ କ୍ୟାପିଟାଲ ହସ୍‌ପିଟାଲକୁ ଆସି ଚକ୍ଷୁ ବିଭାଗରେ ଦେଖାଇଥିଲେ। ହେଲେ ତାଙ୍କ ପିଠି ସମସ୍ୟା ଏବଂ ଅତ୍ୟଧିକ ବୟସ ହେତୁ ସେତେବେଳେ ତାଙ୍କୁ ଡାକ୍ତରଖାନା ତରଫରୁ ଅପରେସନ୍‌ ନକରି ଫେରାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ ଜୟକୃଷ୍ଣଙ୍କ ପିଠିରେ କୁଜ ଥିବାରୁ ସେ ଖଟିଆରେ ସିଧା ହୋଇ ଶୋଇ ପାରନ୍ତି ନାହିଁ। ଆଖି ଅପରେସନ୍‌ ପାଇଁ ସିଧାହୋଇ ଶୋଇବା ଏକାନ୍ତ ଜରୁରୀ ହୋଇଥାଏ। ତେବେ ଏଭଳି ଅପରେସନ୍‌କୁ କ୍ୟାପିଟାଲ ହସ୍‌ପିଟାଲର ଡାକ୍ତରମାନଙ୍କ ପାଇଁ ଏକ ଚାଲେଞ୍ଚ ଥିଲା। ୩ରୁ୪ଜଣ ସହାୟକ ଜୟକୃଷ୍ଣଙ୍କୁ ଧରି ଉପର ମୁହାଁ କରି ଶୁଆଇଥିଲେ। ଏହାପରେ ଡଃ ମେହେର୍ଦ୍ଦା ଓ ତାଙ୍କ ଟିମ୍‌ ମାତ୍ର ୫ମିନିଟ୍‌ ଭିତରେ ଏହି ଅପରେସନ୍‌କୁ ଶେଷ କରିଥିଲେ। ପ୍ରଥମେ ଡାହାଣ ଆଖିର ଅପରେସନ୍‌ କରଯାଇଛି। ଆଉ ୧୫ଦିନ ପରେ ବାମ ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ଅଶ୍ୱନୀ ମେହେର୍ଦ୍ଦା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe