ରାଜଧାନୀ ମହିଳାଙ୍କୁ ଯାଜପୁରରେ ଦୁଷ୍କର୍ମ

Advertisment

ଆଶୀର୍ବାଦ ପାଇବା ପାଇଁ ଯାଇଥିଲେ ବାବାଙ୍କ ପାଖକୁ

ଆଶୀର୍ବାଦ ପାଇବା ପାଇଁ ଯାଇଥିଲେ ବାବାଙ୍କ ପାଖକୁ

ରାଜଧାନୀ ମହିଳାଙ୍କୁ ଯାଜପୁରରେ ଦୁଷ୍କର୍ମ

ଭୁବନେଶ୍ୱର: ବିବାହର ଦୀର୍ଘ ଦିନ ହେବ ପିଲାପିଲି ହେଉ ନ ଥିଲା। ଶେଷରେ ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ପଡ଼ି ଯାଜପୁରର ଜଣେ ବାବାଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ବାବା ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏ ନେଇ ସଂପୃକ୍ତ ମହିଳା ଜଣକ ସେମାନଙ୍କ କବଳରୁ ଖସି ଆସି ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଖଣ୍ଡଗିରି ଥାନା ଅଧୀନ ଶରଧାପଲ୍ଲୀ ବସ୍ତିର ଜଣେ ମହିଳାଙ୍କ ପିଲାପିଲି ହେଉ ନ ଥିଲେ। କିଛି ଦିନ ତଳେ ସେ ସିଆର୍‌ପି ଛକକୁ ଔଷଧ କିଣିବାକୁ ଆସିଥିଲେ। ଏହି ସମୟରେ ପ୍ରଫୁଲ୍ଲ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପ୍ରଫୁଲ୍ଲ ତାଙ୍କୁ ଯାଜୁପର ପାଣିକୋଇଲି ଛକରେ ରହୁଥିବା ଜଣେ ବାବାଙ୍କ ପାଖକୁ ପଠାଇଥିଲେ। ସେଠାରେ ପହଞ୍ଚିବା ପରେ ଟୋଲ୍‌ଗେଟ୍‌ ନିକଟରେ ଥିବା ଏକ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଥିଲା।

ରାତି ପ୍ରାୟ ୧୨ଟାବେଳେ ବାବା ଓ ତାର କେତେକ ସହଯୋଗୀ ହୋଟେଲ୍‌ରେ ପହଞ୍ଚିଥିଲେ। ମହିଳାଙ୍କୁ ସଂପୂର୍ଣ ଉଲଗ୍ନ ହେବାକୁ କୁହାଯାଇଥିଲା। ପରେ ତାଙ୍କ ପୂଜାପାଠ ହେବ। କିନ୍ତୁ ମହିଳା ଜଣକ ଏହାର ବିରୋଧ କରିବାରୁ ତାଙ୍କୁ ଜବରଦସ୍ତ ଉଲଗ୍ନ କରାଯାଇଥିଲା। ପରେ ତାଙ୍କୁ ବାବାଙ୍କ ସମେତ ଅନ୍ୟମାନେ ଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲ୍‌ ଫୋନ୍‌ରେ ମଧ୍ୟ ସୁଟିଂ କରାଯାଇଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ କାହାରିକୁ ଜଣାଇଲେ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା ବୋଲି ମହିଳା ଜଣକ କହିଛନ୍ତି।

ଏନେଇ ପୀଡ଼ିତା ଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ କ୍ୟାପିଟାଲ ହସ୍ପିଟାଲ ନେଇ ମହିଳାଙ୍କ ଡାକ୍ତରୀ ମାଇନା କରାଇଛି। ଏପରିକି ମହିଳାଙ୍କର ସିଆର୍‌ପିସିର ଧାରା ୧୬୧ ଓ ୧୬୪ରେ କୋର୍ଟରେ ବୟାନ ରେକର୍ଡ କରାଇଛି ପୁଲିସ। ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିବାକୁ ବିଭିନ୍ନ ଚଢ଼ଉ ଆରମ୍ଭ ହୋଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe