ରାଜଧାନୀ: ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ୫ ଲକ୍ଷର ଗହଣା ଝାମ୍ପିନେଲେ

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଭୁବନେଶ୍ବର: ଗହଣା ଦୋକାନକୁ ଟାର୍ଗେଟ୍‌ କରି ରାଜଧାନୀରେ ମାତିଥିବା ଲୁଟେରାମାନେ ପୁଣି ଆଜି ଏକ କାଣ୍ଡ କରିଛନ୍ତି। ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଖଣ୍ଡଗିରି ଶତାବ୍ଦୀନଗର ଅଞ୍ଚଳରେ ଦୁର୍ବୃତ୍ତମା‌ନେ ଜଣେ ଗହଣା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ବ୍ୟବସାୟୀ ହେଲେ ଲକ୍ଷ୍ମୀନାରାୟଣ ଜୁଏଲର୍ସ ମାଲିକ ଓମ୍‌ପ୍ରକାଶ ସାହୁ। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଗୁରୁବାର ରାତି ପାଖାପାଖି ସାଢ଼େ ୧୦ଟା ସମୟରେ ଓମ୍‌ପ୍ରକାଶ ତାଙ୍କ ଡେଲ୍‌ଟା ଛକସ୍ଥିତ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଶତାବ୍ଦୀନଗରସ୍ଥିତ ଘରକୁ ଫେରୁଥିଲେ। ତ‌େବେ ବାଟରେ ତାଙ୍କୁ ଏକ ପଲସର ବାଇକ୍‌ରେ ଥିବା ୩ଜଣ ଦୁର୍ବୃତ୍ତ ଅଟକାଇଥିଲେ ଓ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏତିକିବେଳେ ଜଣେ ଦୁର୍ବୃତ୍ତ ତାଙ୍କ ସ୍କୁଟିକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ଦୁଇ ଜଣ ଓମ୍‌ପ୍ରକାଶଙ୍କ ମୁଣ୍ଡରେ ବନ୍ଧୁକ ଲଗା‌ଇଥିବା ବେଳେ ଅନ୍ୟ ଜଣେ ସ୍କୁଟିର ଡିକି ଖୋଲି ଗହଣା ବ୍ୟାଗକୁ ବାହାର କରିନେଇଥିଲା। ଏହାପରେ ସେମାନେ ସ୍କୁଟି ଚାବି ନେଇ ପଳାଇଥିଲେ। ଓମ୍‌ପ୍ରକାଶଙ୍କ ଅଭିଯୋଗ ଅନୁସାରେ ବ୍ୟାଗ୍‌ରେ ଶହେ ଗ୍ରାମ୍‌ ଓଜନର ଗହଣା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe