ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ: ଯୁବକ ମୃତ

Advertisment
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ: ଯୁବକ ମୃତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଗାଁ ବୁଲାଣି ରାସ୍ତାରେ ୨୬ ନମ୍ବର ଜାତୀୟ ରାଜପଥ ଗତକାଲି ରାତିରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ  ହୋଇଥିବାର ଖବର ମିଳିଛି। ସେହି କାରରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କୋକସରା ବ୍ଲକ ସାନ ପୋଡ଼ାଗୁଡା ଗାଁର ହୃଦାନନ୍ଦ ଝାଙ୍କରଙ୍କ ପୁଅ ଅଚ୍ୟୁତାନନ୍ଦ ଝାଙ୍କର(୧୭)।

ସେ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଟିଟିଲାଗଡ଼ରୁ ମାଲକାନଗିରି ଯାଉଥିବା ସମୟରେ ରାତି ପ୍ରାୟ ୧୦:୩୦ ମିନିଟ ସମୟରେ ଶିଉନି ଗାଁ ବୁଲାଣି ନିକଟରେ ଦୁର୍ଘଟଣା ହୋଇଛି। ଖବର ପାଇ ଆମପାଣି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି ଓ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe