ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ଜାଳିଦେଲେ ଲୋକେ, ଚାଳକକୁ ନିସ୍ତୁକ ପିଟିଲେ

Advertisment
ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ଜାଳିଦେଲେ ଲୋକେ, ଚାଳକକୁ ନିସ୍ତୁକ ପିଟିଲେ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧିନ କପିଳେଶ୍ୱରରେ ଦୁର୍ଘଟଣା ଘଟାଇ ଖସିଯାଉଥିବା କାରକୁ ଲୋକେ ଜାଳିଦେଇଛନ୍ତି। ଏଥିସହ କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିର୍ଧୁମ୍ ଛେଚିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ବର ଅନ୍ତର୍ଗତ କପିଳେଶ୍ୱରରେ ଏକ ଡିଜେଆର କାରକୁ ଜାଳି ଦେଇଛନ୍ତି ସ୍ଥାନୀୟ ଲୋକେ। କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲେ ଲୋକେ। କାରଚାଳକ ଓ ବସିଥିବା ବ୍ୟକ୍ତିଙ୍କୁ ନିର୍ଧୁମ୍ ଛେଚିବା ସହ କାରରେ ନିଆଁ ଲଗାଇ ଦେଇଥିଲେ। କାର ଜାଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଂଚିଥିଲା ।  ସେତେବେଳକୁ କାରଟି ୯୦ ପ୍ରତିଶତ ଜାଳି ଯାଇଥିଲା। ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧର କରି କ୍ୟାପିଟାଲ ହସ୍ପିଟାଲ ନେଇଛି। ଚାଳକ ଓ ବ୍ୟକ୍ତି ଜଣକ ଭୁବନେଶ୍ୱର ବାହାରର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe