ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଳ କଲେଜ ସମୁଖ ବଅଁରପାଳ ମହୀଧରପୁର ରାସ୍ତାରେ ଆଜି ରାତି ୧୦.୩୦ ସମୟରେ ତାଳଚେର ଅଞ୍ଚଳରୁ କୁଲେଇଲ ଚିକିତ୍ସା ପାଇଁ ଯାଇଥିବା ଏକ ଯାତ୍ରୀବାହୀ କାର (ଓଡି ୦୨ବିବି-୦୦୨୮ ) କୁଲେଇଲରୁ ଫେରି ତାଳଚେର ଯାଉଥିବା ସମୟରେ କଲେଜ ସମ୍ମୁଖରେ ଭାରସ୍ୟାମ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଗାଡ଼ିରେ ବସିଥିବା ଚାଳକ ସମେତ ଚାରି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକମାନେ ଓ ମହୀଧରପୁର ଫାଣ୍ଡି ପୁଲିସ ସହାୟତାରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଇଯାଇ ଚିକିତ୍ସା ପାଇଁ ପଠା ଯାଇଛି।
ଗଛରେ ପିଟି ହେଲା କାର; ଅଳ୍ପକେ ବର୍ତ୍ତିଲେ ଚାରି ଯାତ୍ରୀ
Advertisment
Follow Us