କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

Advertisment
ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣା: ୨୦୨୧ରେ ୨୮୧୧ ଦୁର୍ଘଟଣା, ୧୩୬୬ ଜୀବନ ଯାଇଛି

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ସନ୍ନିକଟ ବାଇପାସ୍‌ ରାସ୍ତାରେ କାର-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘଟଗାଁ ବ୍ଲକ ବେଢା଼ପାଳ ଗ୍ରାମର ନାରାୟଣ ଚନ୍ଦ୍ର ଜେନା। ସେ ଜଣେ ଶିକ୍ଷକ। ରବିବାର ଅପରାହ୍ଣରେ ଏକ ହିରୋହୋଣ୍ଡା ବାଇକ(ଜେଏଚ୦୫ଇ ୭୦୮୮)ରେ ଆନନ୍ଦପୁର ପାର୍ଶ୍ଵରୁ ନିଜ ବାସଭବନ ବେଢା଼ପାଳକୁ ‌ଆସୁଥିଲେ।

ବାଇପାସ ନିକଟରେ ଏକ ମାରୁତି ସ୍ବିପ୍ଟ କାର(ଜେଏଚ୦୫ବିଜେ ୩୨୨୬) ତାଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ନାରାୟଣ ଜେନାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାରାୟଣଙ୍କ ମୃତ୍ୟୁରେ ‌ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଛି। ଘଟଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe