କାର୍ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୪ ଗୁରୁତର

ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି...

Car accident: One dead, four seriously injured

Car accident: One dead, four seriously injured

ରୁପ୍ରା: ଦଶହରା ଉତ୍ସବ ପାଇଁ ବିଭିନ୍ନ ପୀଠରେ ମା'ଙ୍କ ପୂଜା ଅନୁଷ୍ଠିତ ହେବାସହ ଚାରିଆଡ଼େ ଉତ୍ସବ ମୁଖରିତ ହୋଇଥିବା ବେଳେ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। 
ସୂଚନା ମୁତାବକ ଗତ କିଛିଦିନ ତଳେ  ସମାନ ସ୍ଥାନରେ ଏକ ବାଇକ୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। 
ସେହିପରି ଆଜିର  ଘଟଣା ଯୋଗୁ ସେହି ସ୍ଥାନରେ ହମ୍ସ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି  କରିଛନ୍ତି। 

ନବରଙ୍ଗପୁର ରୁ କାର୍ ନଂ ସିଜି-୦୪-୭୮୯୦ ଉର୍ଲାଦାନୀ ଯାଉଥିବା ସମୟରେ  ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ପାର୍ଶ୍ବରେ ଥିବା ଏକ ବରଗଛକୁ ଧକ୍କା ଦେଇ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ୍‌ରେ ଗାଡିଚକ ଫସି ରହିଥିଲା। ଦୁର୍ଘଟଣା ଯୋଗୁ ଗାଡିର ସମ୍ମୁଖ ଭାଗ ଚୁରମାର ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣା ପଡି ନଥିବା ବେଳେ ସମସ୍ତେ ଉର୍ଲାଦାନୀ ଅଞ୍ଚଳର ବୋଲି କୁହାଯାଉଛି। 

ଅଜୟ ସେନାପତି, ରୁପ୍ରା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe