ପୁରୀ ରଥଯାତ୍ରାରେ ଆପଣଙ୍କ ଯାନବାହନ ରଖିବେ କେଉଁଠି? ପଢ଼ନ୍ତୁ ଏହି ରିପୋର୍ଟ

Advertisment
ପୁରୀ ରଥଯାତ୍ରାରେ ଆପଣଙ୍କ ଯାନବାହନ ରଖିବେ କେଉଁଠି? ପଢ଼ନ୍ତୁ ଏହି ରିପୋର୍ଟ

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡ ଲୋକାରଣ୍ୟ ହେବ। ହେ ଭକତେ ଡାକ ଶୁଭିବ। ଭକ୍ତଙ୍କର ଜୟ ଜଗନ୍ନାଥ ଧ୍ବନିରେ ପୁରୀ ଉଚ୍ଛୁଳି ପଡ଼ିବ। ବିଗତ ୨ ବର୍ଷ ହେବ କରୋନା ଯୋଗୁଁ ରଥଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିଲେ। ତେଣୁ ଚଳିତ ଥର ପୁରୀରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମ ଜାରି କରାଯାଇଛି। ଯାନବାହନ ଗୁଡ଼ିକ କେଉଁଠି ରଖାଯିବ, ସେନେଇ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବସ୍‌ ଗୁଡ଼ିକ ମାଳତୀପାଟପୁର ଓ ତାଳବଣିଆରେ ରହିବ। କିନ୍ତୁ ବାଇକ୍‌ ଓ କାର୍‌ଗୁଡ଼ିକ ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥଳୀ କରାଯାଇଛି। ଜାରି ହୋଇଥିବା ଟ୍ରାଫିକ୍ ନିୟମ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ଉଦ୍ଦିଷ୍ଟ।

ତେବେ ଉପର ଲିଖିତ ଯାତ୍ରା ସମୟରେ ଯେଉଁ ଭକ୍ତମାନେ ୨ଚକିଆ ଯାନରେ ପୁରୀ ଯାଉଥିବେ ନିଜ ଗାଡ଼ି କେଉଁଠି ରଖିବେ ଏହି ଖବରରୁ ଜାଣନ୍ତୁ। ଧରନ୍ତୁ ଆପଣ ଭୁବନେଶ୍ବର ପାର୍ଶ୍ମ (ଉତ୍ତରା, ପିପିଲି, ସାତଶଙ୍ଖ, ପଟ୍ଟନାୟିକିଆ, ସତ୍ୟବାଦୀ, ଚନ୍ଦନପୁର ଓ ମାଳତୀପାଟପୁର)ରୁ ପୁରୀ ଯାଉଛନ୍ତି, ବାଟଗାଁ ନ୍ୟୁ ବାଇପାସ୍ ରୋଡ ଦେଇ ମଶାଣିଚଣ୍ଡୀ, ଜଗନ୍ନାଥବଲ୍ଲଭ ଓ ମଙ୍ଗଳାଘାଟ ଠାରେ କରାଯାଇଥିବା ବାଇକ୍ ଷ୍ଟାଣ୍ଡରେ ପହଞ୍ଚିବେ। ସେହିପରୀ ପୁରୀରୁ ଭୁବନେଶ୍ବର ଯାଉଥିଲେ ଜଟିଆବାବା ଛକ, କୁମ୍ଭାରପଡ଼ା ଛକ ଓ ଅଠରନଳା ଛକ ଦେଇ ଭୁବନେଶ୍ବର ରାସ୍ତାକୁ ପହଞ୍ଚିବେ।

publive-image

ବାଇକ୍‌ରେ କୋଣାର୍କରୁ ପୁରୀ ଯାଉଥିଲେ ଗ୍ରୀଡ ଷ୍ଟେସନ, ତାଳବଣିଆ, ସିଟି ରୋଡ଼ ଓ ସୁବାସବୋଷ ଦେଇ ବ୍ଲୁ ଫ୍ଲାଗ ବିଚ୍ରେ ପହଞ୍ଚି ପାରିବେ। ଏଠାରେ ୨ଟି ପାର୍କିଂ ସ୍ଥାନ ରହିଛି। ବ୍ଲୁ ଫ୍ଲାଗ ବିଚ୍ ଓ ନିଳାଚଳ ଅଶୋକ ସ୍ଥାନରେ ପାର୍କିଂ କରିବେ। ସମାନ ରାସ୍ତା ଦେଇ ପୁରୀରୁ କୋଣାର୍କ ଫେରିପାରିବେ।

ସେହିଭଳି ଟ୍ରାଫିକ୍ ପୁଲିସ ପକ୍ଷରୁ କାର୍ ପାସ୍ ହୋଲଡରଙ୍କ ପାଇଁ ମଧ୍ୟ ପାର୍କିଂ ସ୍ଥଳୀ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ପୁରୀ ଯାଉଥିଲେ ନ୍ୟୁ ବାଇପାସ୍ ଦେଇ ମଙ୍ଗଳାଘାଟ, ହୋଟେଲ ହନ୍ସ କୋକୋ ପାଲ୍ମସ ଦେଇ ଲୋକନାଥରୋଡ ଦେଇଯିବେ। ଛପନ ଛକରେ ଆପଣଙ୍କୁ ପାର୍କିଂ ପାଇଁ ସ୍ଥାନ ମିଳିଯିବ। ହାଲୁକା ଯାନରେ ଭୁବନେଶ୍ବରରୁ ପୁରୀ ଯାଉଥିଲେ, ମାଳତୀପାଟପୁର ଠାରୁ ଡାଇଭରସନ ନେବେ। ନୀଳାଚଳ ଲିଙ୍କ ରୋଡ ଦେଇ ହୋଟେଲ ତୋଷାଳି ସାଣ୍ଡ ଦେଇ ଗ୍ରୀଡ଼ ଷ୍ଟେସନରେ ପହଞ୍ଚିବେ। ତା’ପରେ ଭୂଦାନ ଛକ, ଇଣ୍ଡୋର ଷ୍ଟାଡିୟମ୍, ଆଇଟିଆଇ ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ଆପଣଙ୍କୁ ପାର୍କିଂ ପାଇଁ ସ୍ଥାନ ମିଳିଯିବ। ସମାନ ରାସ୍ତାରେ ପୁଣି ଆପଣ ପୁରୀରୁ ଭୁବନେଶ୍ବର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe