ରାଜରାସ୍ତାରେ ଜଳିଗଲା କାର୍‌ ଓ ଟ୍ରକ୍‌

ରାଜରାସ୍ତାରେ ଜଳିଗଲା କାର୍‌ ଓ ଟ୍ରକ୍‌

ରାଣୀତାଲ: ମୁହାଁମୁହିଁ ଧକ୍କା ପରେ ଜଳିଗଲା କାର୍‌ ଓ ଟ୍ରକ୍‌। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ ନିକଟରେ ସଂଘଟିତ ଏହି ଦୁର୍ଘଟଣା ପାଇଁ ଆଜି ୨୦ ମିନିଟ୍‌ ପର୍ଯ୍ୟନ୍ତ ରାଜପଥରେ ଯାତାୟାତ ପୂରା ଠପ୍ ହୋଇ ଯାଇଥିଲା। ସୂଚନା ମୁତାବକ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ (ଓଡି୦୧ୱାଇ-୧୬୦୦) ନମ୍ବର କାର୍‌ ରାଣୀତାଲରୁ ଚରମ୍ପା ଆଡ଼କୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ (ଓଆର ୦୪ଏଚ୍‌-୭୬୪୫) ସହ ମୁହାଁମୁହିଁ ଧକ୍କା ହୋଇ କାର୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।

ଚାହୁଁ ଚାହୁଁ କାରରୁ ନିଆଁ ବ୍ୟାପୀ ଟ୍ରକ୍‌କୁ ଧରିଥିଲା। ତେବେ କାର୍‌ ଓ ଟ୍ରକ୍‌ ଚାଳକ ଗାଡ଼ିରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଦମକଳ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିବାବେଳେ ଗାଡି ଦୁଇଟି ଅଧାରୁ ଅଧିକ ଜଳି ଯାଇଛି। ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe