କାର୍‌-ବାଇକ୍‌ ଧକ୍କା, ୨ କାଉଡ଼ିଆ ଗୁରୁତର

Advertisment
ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ଲକ୍ଷ୍ମୀପ୍ରସାଦ/ବାଉଁଶୁଣୀ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଦନ୍ତାପାଲି ଛକ ନିକଟରେ ରବିବାର ରାତିରେ ଏକ ବାଇକ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଥିବା‌ ବେଳେ ଜଣେ ନାବାଳକ କାଉଡ଼ିଆ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ଲଳିତ ମେହେର (୩୦), ପିଣ୍ଟୁ ମେହେର (୩୫) ଓ ମନୋଜ ମେହେର (୧୨) ଶିବଙ୍କଠାରେ ପାଣି ଢାଳିବାକୁ ବାଇକ ଯୋଗେ ବୀରମହାରାଜପୁର ଅଞ୍ଚଳକୁ ଯାଉଥିଲେ। ରାତି ପ୍ରାୟ ୯ଟା ବେଳେ ଦନ୍ତାପାଲି ଛକ ନିକଟରେ ସୋନପୁର ପଟୁ ଆସୁଥିବା ଏକ କାର୍‌ (ଓଡି ୦୨ଏଏ-୮୪୧୬) ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ପିଣ୍ଟୁ ଓ ଲଳିତ ଛିଟିକି ପଡ଼ିଥିଲେ।

ପିଣ୍ଟୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଲଳିତଙ୍କ ଗୋଡ଼ ଭାଙ୍ଗିଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଗାଡି ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମନୋଜ ସାମାନ୍ୟ ଆହତ ହୋଇଛନ୍ତି। କାରଟି ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳର ହୋଇଥିବା ବେଳେ ଗାଡ଼ି ମାଲିକ ଏକ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି। ସେ ନିଜେ ଗାଡ଼ି ଚଳାଇ ଭୁବନେଶ୍ୱର ଯାଉଥିଲେ। ଗୁରୁତର ଆହତ ଦ୍ବୟଙ୍କୁ ସମସ୍ତ କ୍ଷତିପୂରଣ ଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe