ଶ୍ରୀକଲା ଘାଟି ନିକଟରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା: ୩ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ

Advertisment

ଘୁ.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର୍ ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିଲେ...

ଘୁ.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର୍ ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିଲେ...

Car-bike collision near Srikala Ghati: 3 bikers died on the spot

Car-bike collision near Srikala Ghati: 3 bikers died on the spot Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର୍ ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି।

ସୂଚନା ଅନୁସାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ୩ ଜଣ ଯୁବକ କତିଙ୍ଗିଆ ଠାରୁ ବାଇକ୍ ଯୋଗେ ଆସୁଥିବା ବେଳେ ଘୁ.ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଯାଉଥିବା ୱାଗନର କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।  

ଘଟଣା ସ୍ଥଳରେ ୩ ଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିଲେ।  ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ଆଇଆଇସି  ବିଜୟ କୁମାର ସ୍ୱାଇଁ ସଦଳବଳେ ପହଁଞ୍ଚି ତଦନ୍ତ କରୁଛନ୍ତି। ଜଣେ ଯୁବକ ମୃତ ଅବସ୍ଥାରେ କାର୍ ତଳେ ଚାପି ହୋଇ ଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।  

ଅଧିକ ପଢ଼ନ୍ତୁ: ୧୦ ମାର୍ଚ୍ଚରୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଦୁର୍ଘଟଣା ବିଷୟରେ ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକେ ପହଁଞ୍ଚିଛନ୍ତି। କାର୍ ଚାଳକ ଓ ଅନ୍ୟ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିବା ପାଇଁ ଥାନାକୁ ନେଇଛି।

ଅଧିକ ପଢ଼ନ୍ତୁ: ଆବଶ୍ୟକ ପଡ଼ିଲେ ଆମେ ଦେଶ ପାଇଁ ଜୀବନ ଦେଇଦେବୁ: ମହମ୍ମଦ ଶାମିଙ୍କ ଭାଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe