କାର ଓ ବାଇକ୍ ଧକ୍କା: ଜଣେ ମୃତ,୨ଜଣ ଗୁରୁତର

କାର ଓ ବାଇକ୍ ଧକ୍କା: ଜଣେ ମୃତ,୨ଜଣ ଗୁରୁତର

ଅସ୍ତରଙ୍ଗ/କାକଟପୁର: ଅସ୍ତରଙ୍ଗ-କାକଟପୁର ମୁଖ୍ୟ ରାସ୍ତାର ମଲାମାଛ ନିକଟରେ ଆଜି ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟି ଜଣେ ମୃତ ଓ ଅନ୍ୟ ୨ ଜଣ ଆହତ ହୋଇ ଅବସ୍ଥା ଗୁରୁତ୍ୱର ରହିଛି। ମୃତ ଯୁବକଙ୍କ ନାମ ମଣ୍ଟୁ ଭୋଇ(୨୬) ବୋଲି ଜଣାପଡିଛି। ଗୁରୁତ୍ୱର ଆହତ ବ୍ୟକ୍ତିଙ୍କ ଅବସ୍ଥା ଭଲ ନଥିବାରୁ ସେମାନଙ୍କୁ  ପ୍ରଥମେ ଚାରିଛକ ଓ ପରେ ଭୁବନେଶ୍ୱର ରେଫର ହେଵ ସୂଚନା ମିଳିଛି। ମିଳିଥିବା ପ୍ରାରମ୍ଭିକ ସୂଚନା ମୁତାବକ ନିଆଳି ବ୍ଲକ ମହତାପାରି ଗ୍ରାମରୁ ଆଜି କେତେକ ଯୁବକ ଏକ କାରରେ  ଅସ୍ତରଙ୍ଗ ବେଳାଭୂମିକୁ ବଣ ଭୋଜି କରିବାକୁ ଯାଇଥିଲେ।

ସେଠାରୁ ଫେରୁଥିବା ବେଳେ ମଲା ମାଛ ଛକ ନିକଟରେ ଏକ ଟ୍ରାକ୍ଟର ରାସ୍ତା କଡରେ ରହିବା ଯୋଗୁ ରାସ୍ତା ଅତିକ୍ରମ କଲା ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ କାର୍ ମୁହାଁମୁହିଁ ହେବାରେ ଏଭଳି ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଛି। ଦୁର୍ଘଟଣାରେ ୩ଜଣ ଆହତ ହେଵ ଦେଖି ରାସ୍ତାରେ ଯାତାୟାତ କରୁଥିବା ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ କାକଟପୁର ମେଡିକାଲ୍ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଜଣକୁ ମୃତ ଘୋଷଣା କରିବା ଓ ଅନ୍ୟ ଦୁଇଜଣଙ୍କୁ ଚାରିଛକ ରେଫର କରିଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ପୁନଶ୍ଚ ଭୁବନେଶ୍ୱରର କୌଣସି ଏକ ହସ୍ପିଟାଲକୁ ରେଫର କରିବା ସୂଚନା ମିଳିଛି। ଘଟଣାକୁ ନେଇ ତଦନ୍ତ କରୁଥିବା ଖବର ହସ୍ତଗତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe