ଜଳିଗଲା କାର୍‌, ଚାଳକ ଜୀବନ୍ତ ଦଗ୍ଧ

ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ଲକ୍ ଥାନା ବିଶ୍ବାଳି ପଞ୍ଚାୟତର ପୀତାମ୍ବରପୁର ନିକଟରେ ଆଜି ରାତିରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ଚଳନ୍ତା କାର୍‌ ନିଆଁ ଲାଗି ଜଳିଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

fhhfshf

ଜଗତସିଂହପୁର: ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ଲକ୍ ଥାନା ବିଶ୍ବାଳି ପଞ୍ଚାୟତର ପୀତାମ୍ବରପୁର ନିକଟରେ ଆଜି ରାତିରେ ଏକ ଛାତିଥରା ଦୁର୍ଘଟଣା ଘଟିଛି। ଚଳନ୍ତା କାର୍‌ ନିଆଁ ଲାଗି ଜଳିଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାର୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ସଂରକ୍ଷିତ ଗୃହରେ ରଖିଛି। ରିପୋର୍ଟ ଲେଖାହେବା ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଏହି ଆଇ-୨୦ କାର୍‌ଟି (ଓଡି ୦୫-ଏଜେ-୮୫୯୨) ରାତି ପ୍ରାୟ ୧୦ଟା ୪୫ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ବିଶ୍ବାଳି ପଞ୍ଚାୟତର ପୀତାମ୍ବରପୁର ନିକଟରେ ରାସ୍ତା ଉପରେ ହଠାତ୍ ଜଳିବା ଆରମ୍ଭ କରିଥିଲା। ଚାଳକ କାର୍‌ ଭିତରେ ହିଁ ରହି ଯାଇଥିଲେ ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ତୁରନ୍ତ ୧୧୨କୁ ଖବର ଦିଆଯାଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ଏବଂ ଚାଳକ ସମ୍ପୂର୍ଣ୍ଣ ଦଗ୍ଧ ହୋଇ ଯାଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କାର୍‌ ରେଜିଷ୍ଟ୍ରେସନ୍‌ ନମ୍ବର ଠିକଣା ବାହାର କରି ପୁଲିସ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe