ନିର୍ବାଚନୀ ହିଂସା: କାର୍‌କୁ ଜାଳିଦେଲେ ଦୁର୍ବୃତ୍ତ

ନିର୍ବାଚନୀ ହିଂସା: କାର୍‌କୁ ଜାଳିଦେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି/ଭାଲୁମୁଣ୍ଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭ‌ୋଟ ଗଣତି ଚାଲିଥିବା ସମୟରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ବେଲପଡ଼ା ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଞ୍ଜନା ମେହେରଙ୍କ କାର୍‌ (ଓଡି ୦୩ ଜେ ୪୩୬୭)କୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି।

ପ୍ରକାଶ ଯେ ଶନିବାର ରାତିରେ ସରପଞ୍ଚ ଅଞ୍ଜନାଙ୍କ କାର୍‌କୁ ପଞ୍ଚାୟତ ଅଫିସ ପରିସରର ଏକ ଘରେ ରହିଥିଲା। ରାତିରେ ଦୁର୍ବୃତ୍ତମାନେ ତାଙ୍କ ଉକ୍ତ ଘରର ଆଜବେଷ୍ଟର୍ସ କାଟିବା ସହ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ନିଆଁ ଲଗାଇ ଦୁର୍ବୃତ୍ତମାନେ ଫେରାର ମାରିଥିଲେ। ଗ୍ରାମବାସୀ ନିଆଁ ଜଳୁଥିବା ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ତୁରନ୍ତ ରାତିରେ ବଙ୍ଗୋମୁଣ୍ଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କାର୍‌ଟି ପୋଡ଼ି ଛାରଖାର ହୋଇଯାଇଥିଲା। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରିଥିଲା।

ସୂଚନାଯୋଗ୍ୟ ଯେ ଅଞ୍ଜନା ୨୦୧୭ରେ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଏଥର କିନ୍ତୁ ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସେ ସମର୍ଥନ କରୁଥିବା ସନ୍ଦେହ କରି କିଛି ଦିନ ଆଗରୁ ବିରୋଧୀ ଗୋଷ୍ଠୀର ସରପଞ୍ଚ ପ୍ରାର୍ଥୀଙ୍କ ଲୋକ ମାନେ ଅଞ୍ଜନାଙ୍କ ଘରକୁ ପଥର ମାଡ଼ କରିଥିଲେ। ବିରୋଧୀ ଗୋଷ୍ଠୀର ଲୋକେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଅଭିଯୋଗ ପରେ ବଙ୍ଗୋମୁଣ୍ଡା ଥାନା ଏସ୍‌ଆଇ ପଞ୍ଚାନନ ନେଗୀ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe