ଏନ୍‌ଏଚ୍‌ ଉପରେ ଜଳିଗଲା କାର୍‌: ବର୍ତ୍ତିଗଲେ ୩, ଅଧଘଣ୍ଟା ଟ୍ରାଫିକ୍‌ ଜାମ୍‌

ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନୂଆପଲ୍ଲୀ ଛକରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ କାର୍‌ଟି ପୂରା ଜଳିଯାଇଥିଲେ ହେଁ ଗୋଟିଏ ପରିବାରର ୩ଜଣ ସୌଭାଗ୍ୟକୁ ବର୍ତ୍ତିଯାଇଛନ୍ତି।

dgjdggjgj

ଭୁବନେଶ୍ବର: ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ନୂଆପଲ୍ଲୀ ଛକରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ କାର୍‌ଟି ପୂରା ଜଳିଯାଇଥିଲେ ହେଁ ଗୋଟିଏ ପରିବାରର ୩ଜଣ ସୌଭାଗ୍ୟକୁ ବର୍ତ୍ତିଯାଇଛନ୍ତି। କିନ୍ତୁ ଏଥିପାଇଁ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବରେ ଅଧ ଘଣ୍ଟା ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା ଏବଂ ପରେ ଟ୍ରାଫିକ୍‌ ଜାମ୍‌ରେ ରାଜପଥ ଯାତ୍ରୀ ନାକେଦମ୍‌ ହୋଇଥିଲେ। ନିଆଁ ଲିଭାଇବାରେ ନିକଟସ୍ଥ କ୍ରାଉନ୍‌ ହୋଟେଲ୍‌ର କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ସହଯୋଗ କରିଥିବାରୁ ଲୋକେ ସେମାନଙ୍କୁ ପ୍ରଶଂସା କରିଥିଲେ।  

ଖବର ଅନୁସାରେ ଏକ କ୍ରେଟା ଗାଡ଼ିରେ ବିହାର ଅଭିମୁଖେ ଗୋଟିଏ ପରିବାରର ତିନିଜଣ ଯାତ୍ରା କରୁଥିଲେ। କାର୍‌ଟି ବରମୁଣ୍ଡାରୁ ରସୁଲଗଡ଼ ଦିଗରେ ଯାଉଥିବା ବେଳେ ହଠାତ୍ ନୂଆପଲ୍ଲୀ ପୂଜା ମଣ୍ଡପ ନିକଟରେ ଜଳିବାକୁ ଲାଗିଥିଲା। ଏହାଦେଖି କାର୍‌ ଚାଳକ ଗାଡ଼ିକୁ ରାଜପଥ କଡ଼କୁ ନେଇ ରଖିଦେଇଥିଲେ ଏବଂ ସମସ୍ତେ ଗାଡ଼ିରୁ ସୁରକ୍ଷିତ ଭାବେ ବାହାରି ଯାଇଥିଲେ। ଚାହୁଁଚାହୁଁ କାର୍‌ଟି ହୁତ୍‌ହୁତ୍‌ ହୋଇ ଜଳିଥିଲା। ଏହା ଦେଖି ଜାତୀୟ ରାଜପଥରେ ଯାଉଥିବା ଗାଡ଼ିମାନେ ଅଟକିଯାଇଥିଲେ। ବିସ୍ଫୋରଣ ଭୟରେ ଗାଡ଼ିଗୁଡ଼ିକ ସେହି ବାଟରେ ଅତିକ୍ରମ କରିନଥିଲେ। ଫଳରେ ମାତ୍ର କେଇ ମିନିଟ୍‌ ମଧ୍ୟରେ ବରମୁଣ୍ଡାରୁ ନୂଆପଲ୍ଲୀ ପର୍ଯ୍ୟନ୍ତ ରାଜପଥରେ ଗାଡ଼ି ସବୁ ଅଟକି ରହିଥିଲା। କାର୍‌ ଜଳୁଥିବା ଦେଖି ନିକଟସ୍ଥ କ୍ରାଉନ୍‌ ହୋଟେଲ୍‌ର କର୍ମଚାରୀମାନେ ହୋଟେଲ୍‌ର ଅଗ୍ନି ନିର୍ବାପକ ଯନ୍ତ୍ରାଂଶ ବ୍ୟବହାର କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପର୍ଯ୍ୟନ୍ତ ହୋଟେଲ କର୍ମଚାରୀମାନେ ଲାଗିରହିଥିଲେ। ଏହାପରେ ବରମୁଣ୍ଡାରୁ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାରେ ଲାଗିଥିଲା। ପ୍ରାୟ ଅଧଘଣ୍ଟା ପରେ ନିଆଁ ଲିଭିଥିଲା। ଏହାପରେ ଅଟକିଥିବା ଗାଡ଼ିଗୁଡ଼ିକ ଚଳାଚଳ ଆରମ୍ଭ କରିଥିଲା। ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହେବାକୁ ପ୍ରାୟ ଘଣ୍ଟାଏ ଲାଗିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe