ପାରାଦୀପ ବିଶ୍ବାଳିରେ ଜଳିଗଲା କାର, ଚାଳକ ଜୀବନ୍ତ ଦଗ୍ଧ

Advertisment

ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବିଶ୍ବାଳି ନିକଟରେ ଆଜି ରାତିରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଚଳନ୍ତା କାର୍‌ରେ ନିଆଁ ଲାଗି ଜଳି ଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି |

ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବିଶ୍ବାଳି ନିକଟରେ ଆଜି ରାତିରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଚଳନ୍ତା କାର୍‌ରେ ନିଆଁ ଲାଗି ଜଳି ଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି |

tcarac

ଜଗତସିଂହପୁର: ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବିଶ୍ବାଳି ନିକଟରେ ଆଜି ରାତିରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଚଳନ୍ତା କାର୍‌ରେ ନିଆଁ ଲାଗି ଜଳି ଯିବା ସହ ଚାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି | ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ମର୍ଗ (ଶବ ସଂରକ୍ଷିତ ଗୃହ)କୁ ପଠାଇଥିବା ଜଣାଯାଇଛି। ରିପୋର୍ଟ ଲେଖା ହେଲା ଯାଏଁ ମୃତକଙ୍କ ପରିଚୟ ମିଳି ପାରି ନାହିଁ। 

ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୧୦ଟା ୪୫ରେ କାରଟି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ବିଶ୍ବାଳି ପଞ୍ଚାୟତର ପୀତାମ୍ବରପୁର ନିକଟରେ ରାସ୍ତା ଉପରେ ହଠାତ୍ ଜଳିବାକୁ ଲାଗିଲା । ଚାଳକ କାର ଭିତରେ ହିଁ ରହି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ତୁରନ୍ତୁ ୧୧୨କୁ ଖବର ଦିଆ ଯାଇଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ କାରଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇ ଯାଇଥିଲା | ନିଆଁ ଆୟତ୍ତ ହେବା ପରେ ଚାଳକ ମଧ୍ୟ ସମ୍ପୂର୍ଣ୍ଣ ଦଗ୍ଧ ହୋଇ ଯାଇଥିଲେ। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କାର ରେଜିଷ୍ଟ୍ରେସନ ନମ୍ବର ଠିକଣା ବାହାର କରି ପୁଲିସ ମୃତକଙ୍କ ଠିକଣା ଜାଣିବାକୁ ଚେଷ୍ଟା ଚଳାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe