ବ୍ରଜରାଜନଗର: ରାସ୍ତା ଉପରେ ଜଳିଗଲା କାର୍‌, ବର୍ତ୍ତିଗଲେ ୪

ବ୍ରଜରାଜନଗର: ରାସ୍ତା ଉପରେ ଜଳିଗଲା କାର୍‌, ବର୍ତ୍ତିଗଲେ ୪

ବ୍ରଜରାଜନଗର : ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେର ବଡ଼ମାଲ ଥାନା ଅନ୍ତର୍ଗତ ଖେରୁଆଲ୍‌ ଛକ ନିକଟରେ ଶନିବାର ରାତି ପ୍ରାୟ ୧୦ଟାରେ ଏକ ଦୁର୍ଘଟଣା ଘଟିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତେବେ ସୌଭାଗ୍ୟରୁ ଏଥିରେ ଜଣେ ପୁରୁଷ ଓ ୨ ଛୁଆ ବର୍ତ୍ତି ଯାଇଛନ୍ତି। ଡିଭାଇଡର୍‌କୁ ଧକ୍କା ଦେଇ କାର୍‌ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ସେଠାରେ ଥିବା ପିସିଆର୍‌ କର୍ମଚାରୀ ସଙ୍ଗେ ସଙ୍ଗେ କାର୍‌ ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ମହିଳାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି।

ବଡ଼ମାଲ ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଠେଲକଲୋଇ ଥାନା ଅଞ୍ଚଳର ନରେନ୍ଦ୍ର ମିର୍ଦ୍ଧାଙ୍କ ସହିତ ଜଣେ ମହିଳା ଓ ୨ ଛୁଆ ଝାରସୁଗୁ୍‌ଡ଼ାରୁ ଘରକୁ ଫେରୁଥିଲେ। ଖେରୁଆଲ୍‌ ଛକ ନିକଟରେ କାର୍‌ ନିୟନ୍ତ୍ରଣ ହରାଇ ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତେବେ କୌଶଳକ୍ରମେ କାର୍‌ ଚାଳକ ସେଠାରୁ ଖସି ଯାଇଥିଲେ। କାର୍‌ ଓଲଟି ପଡ଼ିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। ଉପସ୍ଥିତି ପିସିଆର୍‌ ପୁଲିସ ସମସ୍ତଙ୍କୁ କାର୍‌ ଭିତରୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ। ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ସୂଚନା ଅନୁଯାୟୀ ଖବରପାଇ ଭୂଷଣ ଷ୍ଟିଲ୍‌ କାରଖାନା ଓ ଝାରସୁଗୁଡ଼ା ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe