ଦୋକାନ ଭିତରେ ପଶିଗଲା କାର୍‌: ଜଣେ ଗୁରୁତର

Advertisment

ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରବିବାର ମଧ୍ୟାହ୍ନ ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘଟଣାରେ ପରେ ଗାଡ଼ି ଚାଳକ ସମେତ କାର୍‌ରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି...

ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରବିବାର ମଧ୍ୟାହ୍ନ ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘଟଣାରେ ପରେ ଗାଡ଼ି ଚାଳକ ସମେତ କାର୍‌ରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି...

Car crashes into shop, one seriously injured

Car crashes into shop, one seriously injured Photograph: (sambad.in)

ଭଞ୍ଜନଗର: ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରବିବାର ମଧ୍ୟାହ୍ନ ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଦୋକନ ଭିତରେ ପଶିଯାଇଛି।  ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘଟଣାରେ ପରେ ଗାଡ଼ି ଚାଳକ ସମେତ କାର୍‌ରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଏହି ଦୁର୍ଘଟଣାରେ ଦୋକାନ ସମ୍ମୁଖରେ ବସିଥିବା ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭର ଗୋରାଚାନ୍ଦ ପଟ୍ଟନାୟକ(୬୫) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିବା ଜଣାପଡିଛି। ଖବର ପାଇ ଭଞ୍ଜନଗର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ସମୟରେ କାର୍‌ଟି ଲଣ୍ଡେଇ ସାହି ଭିତରୁ ମୁଖ୍ୟ ରାସ୍ତା ଆଡକୁ  ଆସୁଥିଲା। ରାସ୍ତାରେ ନୂତନ ରୋଡ ନିର୍ମାଣ ଚାଲିଥିବା ବେଳେ ଜନଗହଳି ରାସ୍ତାରେ କାର୍‌ଟି ଦ୍ରୁତ ବେଗରେ ଆସୁଥିବା ସ୍ଥାନୀୟ ଲୋକେ ପୁଲିସ ଆଗରେ ପ୍ରକାଶ କରିଛନ୍ତି।

ଲଣ୍ଡେଇ ସାହିର ସତ୍ୟସାଇ ଭଜନଭଣ୍ଡଳୀ ନିକଟରେ ଥିବା ମୂରଲୀ ରାଉତଙ୍କ ଦୋକାନ ଉପରକୁ କାର୍‌ଟି ପଶି ଯାଇଥିଲା। ଏହି ସମୟରେ ଗୋରାଚାନ୍ଦ ନିଜ ଗାଡ଼ି ଖରାପ ହୋଇଥିବାରୁ ମୂରଲୀଙ୍କ ଦୋକାନ ସମ୍ମୁଖରେ ବସିଥିବା ବେଳେ କାର୍‌ଟି ତାଙ୍କ ଉପରେ ମାଡି ଯାଇଥିଲା।

ଏଥିସହ ସେଠାରେ ଥିବା ଏକ ସାଇକେଲ ମଧ୍ୟ ଏହି ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଜଣାପଡିଛି। ଦୋକାନ ମାଲିକ ମୂରଲୀ ଅନ୍ୟ ଏକ କାମରେ ପାଖ ଦୋକାନକୁ ପଳାଇଥିଲେ। ଫଳରେ ସେ ଦୁର୍ଘଟଣାରୁ ଏକ ପ୍ରକାର ବର୍ତ୍ତି ଯାଇଥିବା କହିଛନ୍ତି। କିନ୍ତୁ ତାଙ୍କର ଦୋକାନ ଘର ସମେତ ଅନ୍ୟାନ୍ୟ ଜିନିଷପତ୍ର ଏଥିରେ ନଷ୍ଟ ହୋଇଯାଇଛି।

ganjam | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe