Times of India
ପୁରୀ : ଏକ ସ୍କୁଟିକୁ ଧକ୍କା ଦେଇ ଖସିଯାଉଥିବା ଟ୍ରାଭେରା ଚାଳକକୁ ଧରିବା ସମୟରେ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ପୁଲିସକୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଏହି ଗାଡ଼ିଚାଳକକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଟ୍ରାଫିକ୍ ଥାନାର କନେଷ୍ଟବଳ ନୃସିଂହ ପ୍ରସାଦ ମହାପାତ୍ର ଅଭିଯୋଗ କରିଥିଲେ ଯେ ସେ ଗତ ୨୬ ତାରିଖ ପୂର୍ବାହ୍ନ ୯ଟା ୫୦ ମିନିଟ୍ ସମୟରେ ମଙ୍ଗଳାଘାଟ ଛକରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ। ଏହି ସମୟରେ ଓଡି-୦୨-୧୮୩୭ ନମ୍ବର ବିଶିଷ୍ଟ ଟ୍ରାଭେରା ଗାଡ଼ି ଅନ୍ୟ ଏକ ସ୍କୁଟିକୁ ଧକ୍କା କରି ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ଟ୍ରାଫିକ୍ ପୁଲିସ ଏହି ଟ୍ରାଭେରା ଚାଳକ ତଥା ସମୁଦ୍ରକୂଳ ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର କଲୋନି ଭବନ ମିଶ୍ର ଲେନ୍ର ଶୁଭେନ୍ଦ୍ର ପରିଡ଼ା(୪୦)କୁ ଧରିବା ସମୟରେ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପୁଲିସକୁ ହତ୍ୟା ଧମକ ଦେଇଥିଲା। ପୁଲିସ ଶୁଭେନ୍ଦ୍ରକୁ ଧରି ବାସେଳିସାହି ଥାନା ଜିମାରେ ଦେଇଥିଲା। ପୁଲିସ ଏ ସମ୍ପର୍କରେ ବାସେଳିସାହି ଥାନାରେ ୫୫/୨୩ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଶୁଭେନ୍ଦ୍ରକୁ ଗିରଫ ପରେ କୋର୍ଟଚାଲାଣ କରିଛି।
Follow Us