ପୁଲିସ ଗୋଡ଼ାଇଲା ବୋଲି ବ୍ୟସ୍ତ ହୋଇପଡ଼ିଲେ ଚାଳକ! ଗଂଜେଇ ଭର୍ତ୍ତି କାର ଓଲଟିପଡ଼ିଲା, ମାଫିଆ ମୃତ

Advertisment
ପୁଲିସ ଗୋଡ଼ାଇଲା ବୋଲି ବ୍ୟସ୍ତ ହୋଇପଡ଼ିଲେ ଚାଳକ! ଗଂଜେଇ ଭର୍ତ୍ତି କାର ଓଲଟିପଡ଼ିଲା, ମାଫିଆ ମୃତ

କଣ୍ଟାମାଳ: ଗଂଜେଇ ଭର୍ତ୍ତି କାରକୁ ପୁଲିସ ଗୋଡାଇଛି। ପଛପଟରେ ପୁଲିସ ଆସୁଥିବା ଜାଣିପାରି କାର ଚାଳକ ଅସ୍ତବ୍ୟସ୍ତ ‌ହୋଇପଡ଼ିଛନ୍ତି। ଫଳରେ ରାଜରାସ୍ତାରେ କାର୍‌ଟି ଓଲଟିପଡ଼ିଛି। କାର୍‌ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଏଥିରେ ଥିବା ଜଣେ ଗଂଜେଇ ମାଫିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ସମେତ ୨ ଜଣ ଫେରାର ଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କର ପରିଚୟ ମିଳିପାରିନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ ମନମୁଣ୍ଡା ଥାନା ଅନ୍ତର୍ଗତ ସାହୁପଡା ପୋଲ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବସିଥିବା ଗଂଜେଇ ମାଫିଆ ଗାଡି ତଳେ ଚାପି ହୋଇଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । କାର ଦୁର୍ଘଟଣା ହେବା ପରେ ଧରାପଡ଼ି ଯିବା ଭୟରେ ଚାଳକ ‌ଘଟଣାସ୍ଥଳରୁ ଫେରାର ମାରିଛନ୍ତି।  ଉକ୍ତ କାରରେ ପ୍ରଚୁର ଗଞ୍ଜେଇ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ମନମୁଣ୍ଡା ପୁଲିସ ଘଟସ୍ଥଳରେ ପହଞ୍ଚିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ କାର ଓ ଏଥିରେ ଥିବା ଗଂଜେଇକୁ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe