ପୋଲ ତଳକୁ ଖସିଲା କାର୍, ଚାଳକ ମୃତ   

ପୋଲ ତଳକୁ ଖସିଲା କାର୍, ଚାଳକ ମୃତ   

ବାମରା: ସମ୍ବଲପୁର ଜିଲ୍ଲା ବାମରା ନିକଟ ସାହସପୁର ଫାଣ୍ଡି ଅନ୍ତର୍ଗତ ପତ୍ରାପାଲି ପୋଲଠାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଏହାାର ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଶନିବାର ରାତିରେ ରେଙ୍ଗାଲି ବ୍ଲକ୍‌ କତରବଗା ଥାନା ଲଇଡ଼ା ଗ୍ରାମର ରାମ ନାରାୟଣ ପୂଜାରୀ(୫୨ବର୍ଷ) ଏକ କାର୍‌ରେ ଏକୁଟିଆ ବାମରା ଅଭିମୁଖେ ବାହାରିଥିଲେ। ପତ୍ରାପାଲି ପୋଲର ଗୋଟିଏ ପାର୍ଶ୍ଵ କାନ୍ଥକୁ ଧକ୍କା ଦେଇ କାର୍‌ଟି ୨୦-୨୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। କାର୍‌ରେ ଥିବା ରାମ ନାରାୟଣ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡ଼ ଅବସ୍ଥାରେ ପୋଲ ତଳେ ଥିବା ପାଣିରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ କେତେକ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସାହସପୁର ଫାଣ୍ଡିକୁ ସୂଚନା ଦେଇଥିଲେ। ଫାଣ୍ଡି ପୁଲିସ ତୁରନ୍ତ ନିଜ ଗାଡ଼ିରେ ବାମରା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ବାମରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ଜଣାପଡ଼ିଛି। ଏ ନେଇ ଲଇକେରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe