କେନାଲ ଭିତରେ ଖସି ପଡ଼ିଲା କାର୍:୨ ଆହତ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କୋଦଳପଳସା ଗାଁ ନିକଟରେ କେନାଲ ଭିତରକୁ ଏକ କାର୍ ଖସି ପଡିଛି। କାର୍‌ରେ ଥିବା ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲାଯାଇଛି ....

Car falls into canal, 2 injured

Car falls into canal, 2 injured Photograph: (sambad.in)

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କୋଦଳପଳସା ଗାଁ ନିକଟରେ କେନାଲ ଭିତରକୁ ଏକ କାର୍ ଖସି ପଡିଛି। କାର୍‌ରେ ଥିବା ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲାଯାଇଛି ।

ମିଳିଥିବା ସୂଚନା ଅନୁସାରେ,  ବୁଧବାର ରାତି ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଛି । ଆଳିପିଙ୍ଗଳ ଅଭିମୁଖେ ଯାଉଥିବା ଏହି କାର୍‌ରେ ୪ଜଣ ଥିଲେ। କୋଣସି କାରଣରୁ ଭାରସାମ୍ୟ ହରାଇ କାର୍‌ଟି କୋଦଳପଳସା ନିକଟରେ ଥିବା ନାଳକୁ ଖସି ପଡିଥିଲା ।

ପରେ ସ୍ଥାନୀୟ ଲୋକେ ଦୁଇଜଣକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଲାଗି ଭର୍ତ୍ତି କରିଥିଲେ। ଆହତଙ୍କ ପରିଚୟ ମିଳି ପାରିନାହିଁ।

 Jagatsinghpur | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe