ପୁରୀ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ, ନନ୍ଦିଘୋଷରେ ଆସୁଛନ୍ତି ଶ୍ରୀଜଗନ୍ନାଥ

Advertisment
ପୁରୀ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ, ନନ୍ଦିଘୋଷରେ ଆସୁଛନ୍ତି ଶ୍ରୀଜଗନ୍ନାଥ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ପହଂଚିଛି। ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସୁଛନ୍ତି। ଅଳ୍ପ ସମୟ ପରେ ସିଂହଦ୍ୱାର ସମ୍ମୁଖରେ କାଳିଆ ଠାକୁରଙ୍କର ରଥ ପହଂଚିବ।

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରୁ ଶରଧାବାଲିରେ ଦଣ୍ଡାୟମାନ ତିନି ରଥ ଉପରକୁ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ତିନି ଠାକୁରଙ୍କର ପହଣ୍ଡି ଶେଷ ହେବା ପରେ ସେମାନଙ୍କୁ ରଥାରୁଢ଼ କରାଯାଇଥିଲା। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅପରାହ୍ଣ ପ୍ରାୟ ୧ଟା ୩୦ ବେଳକୁ ପ୍ରଥମେ ବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ଙ୍କୁ ଶ୍ରୀମନ୍ଦିର ଅଭିମୁଖେ ନିଆଯାଥିଲା। ଏହା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିଥିଲା। ରିପୋର୍ଟ ଲେଖାଯିବା ବେଳକୁ ନନ୍ଦିଘୋଷ ସିଂହଦ୍ୱାର ଠାରୁ ଅଳ୍ପଦୂରରେ ଅଛି। ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ତିନି ରଥକୁ ଶ୍ରଦ୍ଧାର ସହିତ ଟାଣିଛନ୍ତି। ଏହି ସମୟରେ ମୃଦଙ୍ଗ, ଘଣ୍ଟ, ଶଙ୍ଖ ଓ କୀର୍ତ୍ତନରେ ଶ୍ରୀକ୍ଷେତ୍ର କମ୍ପି ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe