କାର୍ ସହ ଭାସିଯିବା ଘଟଣା:ଉଭୟଙ୍କ ମୃତଦେହ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଜମନକିରା: ସମ୍ବଲପୁର ଜିଲ୍ଲା ଫାଶୀମାଲ -କେନାଢିପା ମଝିରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା କଲଭର୍ଟରେ କାର୍‌ ସହ ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ ଏବଂ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ ଶନିବାର ଭାସି ଯାଇଥିଲେ। ରବିବାର ଉଭୟଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ଅନୁଯାୟୀ, ଜମନକିରା ଯୁକ୍ତଦୁଇ କଲେଜର ପ୍ରଥମ ଅଧ୍ୟକ୍ଷ ତଥା ମାମୁ ପ୍ରଶାନ୍ତ ପଟେଲଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ବନ୍ଧୁ ବାନ୍ଧବ, ସ୍ୱଜନଙ୍କୁ ଶୋକ ସମ୍ବାଦ ବାର୍ତ୍ତା ଦେଇ ଶନିବାର ସଂଧ୍ୟା ସାଢ଼େ ୭ଟାରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆଁ ଗ୍ରାମର ତାପସ ନାୟକ ଏବଂ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ ଏକ ଅଲ୍‌ଟୋ କାର୍‌ ଯୋଗେ ନିଜ ଘରକୁ ଫେରୁଥିଲେ। ଜମନକିରା ବ୍ଲକ୍ କେନାଢିପା ପଂଚାୟତ ନକଟିପାଲି ଗାଁ ପାଖ ବାରଟେଙ୍ଗରା କଲଭର୍ଟ ପୋଲ ଉପରେ ପ୍ରାୟ ୩ ଫୁଟ୍‌ରୁ ଅଧିକ ପ୍ରଖର ପାଣି ସ୍ରୋତ ରହିଥିଲା। ନକଟିପାଲି ଓ କେନାଢ଼ିପା ଗାଁର କିଛି ଲୋକ ଅଲ୍‌ଟୋ କାର୍‌ ଯୋଗେ ଯିବା ସମ୍ଭବ ନୁହେଁ ବୋଲି କହିବା ସହ ନାଳ ପାରି ହୋଇ ଯିବାକୁ ବାରଣ କରିଥିଲେ।

କିନ୍ତୁ କାର୍‌ ଚଳାଉଥିବା ପ୍ରତାପ ବାରଟେଙ୍ଗରା ନାଳ ପାଖକୁ ପହଂଚିବା ପରେ ସାହସ ଜୁଟାଇ କାର୍‌ ଗତିକୁ ଆହୁରି ତୀବ୍ର କରି ନାଳ ପାରି ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାରଟେଙ୍ଗରା କଲଭର୍ଟ ପୋଲ ମଝିରେ କାର୍‌ଟି ଅଟକି ଟର୍ଣ୍ଣ କରି ଯିବା ପରେ କଲଭର୍ଟ୍ ତଳେ କାର୍‌ଟି ଓଲଟି ପଡ଼ି ପ୍ରଖର ସ୍ରୋତ ପାଣିରେ ଭାସି ଯାଇଥିଲା। ଉଭୟେ କାର୍ ଭିତରୁ ବାହାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶ୍ୱାସରୁଦ୍ଧ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଜମନକିରା ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ପହଞ୍ଚି ରାତିରେ ଖୋଜାଖୋଜି କରିବା ପରେ ବି କୌଣସି ଟେର୍‌ ପାଇ ପାରି ନ ଥିଲେ। ରବିବାର ସକାଳେ ପ୍ରବାହିତ ଜଳ ସ୍ରୋତ କମିଯିବା ପରେ ପୋଲର ୧୦୦ ମିଟର ତଳେ ଅଲ୍‌ଟୋ କାର୍‌ ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କୁଚିଣ୍ଡା ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ ଜବତ କରି କୁଚିଣ୍ଡାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଗୁଣ୍ତୁରୁଚୂଆଁ ଗାଁର ଜୈବିକ ଚାଷୀ ତାପସ ନାୟକ (୫୦) ଦିଲ୍ଲୀରେ ରହୁଥିଲେ। କେହି ଜଣେ ବହୁତ୍ ଅସୁବିଧାରେ ପଡ଼ିଥିବା ଶୁଣିଲେ ତୁରନ୍ତ ତାଙ୍କୁ ସହଯୋଗର ହାତ ବଢ଼ାଇ ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe