ଭୁବନେଶ୍ଵରରୁ ମିଳିଲା ଶର୍ମିଷ୍ଠାଙ୍କ କାର, ମାନସଙ୍କୁ ଅପହରଣ ପାଇଁ ବ୍ୟବହୃତ ହୋଇଥିବାର ଅନୁମାନ!

ଭୁବନେଶ୍ଵରରୁ ମିଳିଲା ଶର୍ମିଷ୍ଠାଙ୍କ କାର, ମାନସଙ୍କୁ ଅପହରଣ ପାଇଁ ବ୍ୟବହୃତ ହୋଇଥିବାର ଅନୁମାନ!

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି | ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଏହି କାରକୁ ଜବତ କରାଯାଇଛି | ଏହି କାର ମାଧ୍ୟମରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇଥିବାର ସନ୍ଦେହ କରାଯାଉଛି | ସମ୍ପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କ କାରକୁ ଭୁବନେଶ୍ୱର ଏୟାରଫିଲଡ ଥାନା ଅଧୀନ ସ୍କାଏ ଟାୱାର ଆପାର୍ଟମେଣ୍ଟର ପାର୍କିଙ୍ଗରୁ ଠାବ କରାଯାଇଛି | ଅପହରଣ ପରେ ପୁଲିସର ନଜର ହଟେଇ ଗାଡି ଲୁଚେଇ ଦେଇଥିଲେ ଶର୍ମିଷ୍ଠା ।

ଏବେ ଗାଡି ଯାଞ୍ଚ କରିବା ପାଇଁ ଚାନ୍ଦବାଲିର ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଆସୁଥିବାର ଖବର ମିଳିଛି | ସୂଚନା ଥାଉ କି ଗତ ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ଏକ ଧଳା କାରରେ ଅପହରଣ କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଥିଲେ | ମାନସ ଫେବ୍ରୁଆରି ୬ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରକୁ ଏକ ବାହାଘର ସୁଟିଂ କରିବାକୁ ଯାଇଥିଲେ।

publive-image

ବିବାହ କରିଥିବା ଯୁବକ ବାପି ୭ ତାରିଖରେ ମାନସ ଓ ତାଙ୍କ ସହଯୋଗୀଙ୍କୁ ବାଇକ୍‌ରେ ଚାନ୍ଦବାଲି ବସଷ୍ଟାଣ୍ଡକୁ ଛାଡ଼ିବାକୁ ଆସୁଥିଲେ। ବାଟରେ ଶର୍ମିଷ୍ଠା କିଛି ସହଯୋଗୀଙ୍କ ସହ କାର୍‌ରେ ସେଠାରେ ପହଞ୍ଚିଥିଲେ। ସେମାନେ ମାନସଙ୍କୁ ମାଡ଼ ମାରିବା ସହ ଉଠାଇ ନେଇଥିଲେ ବୋଲି ମାନସଙ୍କ ପରିବାରଲୋକଙ୍କୁ ବାପି ସୂଚନା ଦେଇଥିଲେ। ଯେଉଁ କାର୍‌ରେ ତାଙ୍କୁ ଅପହରଣ କରି ନିଆଯାଇଥିଲା, ସେଥିରେ ‘ସମ୍ପୂର୍ଣ୍ଣ’ ନ୍ୟୁଜ୍ ବୋଲି ଉଲ୍ଲେଖ ରହିଥିଲା ବୋଲି ବାପି କହିଥିଲେ, ଆଉ ଏବେ ଏହି କାର ଠାବ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe