କାର୍‌ ଦୁର୍ଘଟଣାରେ ଜଣେ ମୃତ

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

କୋକସରା: କୋକସରା ବ୍ଲକ ବରାଡ଼ୋଙ୍ଗା ପଞ୍ଚାୟତ ଶିଉନି ଗାଁ ସ୍କୁଲ ବୁଲାଣି ରାସ୍ତାରେ ଏକ କାର୍ (ଓଡ଼ି ୩୦ଇ-୭୭୮୮) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କୋକସରା ବ୍ଲକ ସାନପୋଡ଼ାଗୁଡ଼ା ଗାଁର ହୃଦାନନ୍ଦ ଝାଙ୍କରଙ୍କ ପୁଅ ଅଚ୍ୟୁତାନନ୍ଦ ଝାଙ୍କର (୧୭)ଙ୍କ ମୃତ୍ୟୁ ଘଟିଛି। ସେ ସମ୍ପର୍କୀୟ ଭାଇ ଦୁଷ୍ମନ୍ତ ନାଏକ ଓ ଅନ୍ୟ ଜଣେ ଯୁବକ ବାଲ୍ମିକୀ ମହାରଣାଙ୍କ ସହ ଟିଟିଲାଗଡ଼ରୁ ମାଲକାନଗିରି ଫେରୁଥିବା ସମୟରେ ଶନିବାର ରାତିରେ ଉକ୍ତ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଅଚ୍ୟୁତାନନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆମପାଣି ପୁଲିସ୍ ଘଟଣାସ୍ଥଳରୁ ଶବ ଉଦ୍ଧାର କରିବା ସହ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe