ହାଇୱା ପଛରେ ପଶିଗଲା କାର୍‌, ଡ୍ରାଇଭର ମୃତ

Advertisment
ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ପାଣିକୋଇଲି :ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସାନବିରୁହାଁ (ଟିକର) ବ୍ରିଜ ନିକଟରେ ଆଜି ମଧ୍ୟାହ୍ନରେ ଏକ ବାଲି ବୋଝେଇ ହାଇୱା ପଛରେ ଏକ କାର ପଶିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବାଲେଶ୍ବରର ନୀଳକଣ୍ଠ ପାଢ଼ୀ। ଭୁବନେଶ୍ବରରୁ ନିଜ ଘର ବାଲେଶ୍ବର ଯାଉଥିବା ବେଳେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜାତୀୟ ରାଜପଥର ଟିକର ବ୍ରିଜ ନିକଟରେ ଏକ ବାଲି ବୋଝେଇ ହାଇୱା (ଓଡି ୦୪ ଏମ ୬୩୩୩) ଅଟକି ଟାୟାର ଖୋଲୁଥିଲା। ଏହି ସମୟରେ ଭୁବନେଶ୍ବରରୁ ଏକ କାର ( ଓଆର ୦୧ୟୁ ୧୨୨୨) ଦ୍ରୁତଗତିରେ ଆସି ହାଇୱା ପଛରେ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ହୋଇଥିଲା‌ ଯେ ହାଇୱା ପଛରେ କାର ସହ ଚାଳକ ଲାଖି ରହି ଯାଇଥିଲେ। ଖବର ପାଇ ହେଲପିଙ୍ଗ ଗ୍ରୁପ ଓ ଡ୍ରାଇଭର ମହାସଂଘର ସଦସ୍ୟମାନେ ପହଞ୍ଚି କାର ଡୋର କାଟି ଚାଳକଙ୍କୁ ବାହାର କରିଥିଲେ। ପାଣିକୋଇଲି ପୁଲିସ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲା। ଗାଡ଼ି ଦୁଇଟିକୁ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe