କାର୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ,  ସ୍ୱାମୀ ଗୁରୁତର

Advertisment
ଦୁର୍ଘଟଣାରେ ଜଣେ ମୃତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଜାରିଙ୍ଗ ନିକଟରେ ଏକ କାର୍‌ ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ ଜୁନାଗଡ଼ ଥାନା ମଥୁରା ଗ୍ରାମର ସହଦେବ ପଣ୍ଡା ଓ ତାଙ୍କ ପତ୍ନୀ ସାରଦା ପଣ୍ଡା ସଂଧ୍ୟାରେ କାର୍ (ଓଡି ୦୮ଇ-୬୬୮୭)ରେ ଭବାନୀପାଟଣାରୁ ଜୁନାଗଡ଼ ଫେରୁଥିବା ବେଳେ ଜାରିଙ୍ଗ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା।

ଫଳରେ କାର୍‌ରେ ଚାପି ହୋଇ ଦୁଇ ଜଣ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡାକ୍ତରଖାନାରେ ସାରଦା ପଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ସହଦେବଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe