କଣ୍ଟାମାଳ ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ, ରାସ୍ତାରେ ଜଳିଗଲା ଗଞ୍ଜେଇ ବୋଝେଇ କାର୍‌

Advertisment
କଣ୍ଟାମାଳ ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ, ରାସ୍ତାରେ ଜଳିଗଲା ଗଞ୍ଜେଇ ବୋଝେଇ କାର୍‌

କଣ୍ଟାମାଳ : ମନମୁଣ୍ଡା–କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡ଼ରେ ଶୁକ୍ରବାର ସକାଳେ ଗୋଟିଏ ଇଣ୍ଡିଗୋ କାର୍‌ରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଥିଲା। ଉପସ୍ଥିତ ଲୋକଙ୍କଠାରୁ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗାଡ଼ିରେ ଗଞ୍ଜେଇ ପ୍ୟାକେଟ ଗୁଡିକ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା।

publive-image

କପାସିରା ଛକ ନିକଟ ରାସ୍ତା କଡ଼ରେ ଗୋଟିଏ ଇଣ୍ଡିଗୋ ସିଏସ୍‌ କାର (ଓଆର୍‌ ୧୭ ଜେ ୮୦୮୬)ରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଥିଲା। ମାତ୍ର କାର୍‌ ନିକଟରେ କେହି ଜଣେବି ଯାତ୍ରୀ ନଥିବାରୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଗାଡ଼ିଟି କାହାର ତାହା ଜଣା ପଡ଼ିନଥିଲା। ତେବେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାଯାଇଛି। ଅନ୍ୟପଟେ ଏହି ଅଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ କାର୍‌ ଭିତରେ ଗଞ୍ଜେଇ ଚାଲାଣ ହେବା ଘଟଣା ପୁଲିସ ଓ ଅବକାରୀ ବିଭାଗର ପାରିବାପଣିଆଁ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି।

କଣ୍ଟାମାଳ ବ୍ଲକ୍‌ ଅଞ୍ଚଳରୁ ନିୟମିତ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି। ମାତ୍ର ଏହାକୁ ରୋକିବାରେ ପୁଲିସ ଓ ଅବକାରୀ ବିଭାଗ ବିଫଳ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗାଡ଼ିକୁ ମନମୁଣ୍ଡା ପୁଲିସ ଜବତ କରିଛି। ଏ ସମ୍ପର୍କରେ ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଖୁବ ଶୀଘ୍ର ଗାଡ଼ି ମାଲିକ ଓ ଗଞ୍ଜେଇ ଚାଲାଣକାରୀଙ୍କୁ ଚିହ୍ନଟ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe