ଡ୍ରାଇଭରଙ୍କୁ ହତ୍ୟା, କାର୍‌ ନେଇ ଲୁଟେରା ଚମ୍ପଟ୍‌

Advertisment
ମଦ ପାଇଁ ଟଙ୍କା ନଦେବାରୁ ବାପାକୁ ହତ୍ୟା

Times of India

ଫୁଲବାଣୀ : ଭଡ଼ାରେ ନେବାକୁ କହି ଗାଡ଼ି ନେଲେ ଲୁଟେରା। ବାଟରେ ଡ୍ରାଇଭର୍‌ଙ୍କୁ ହତ୍ୟା କରି ନାଳରେ ଫୋପାଡ଼ି ଦେଲେ। ଆଉ କାର୍‌ ଧରି ଚମ୍ପଟ ମାରିଲେ। ପୁଲିସ ଏବେ ଡ୍ରାଇଭର୍‌ଙ୍କ ମୃତଦେହକୁ ଉଦ୍ଧାର କରି ଛାନ୍‌ଭିନ୍‌ ଚଳାଇଛି। କନ୍ଧମାଳରେ ଘଟିଛି ଏଭଳି ଏକ ଅମାନୁଷିକ ଅପରାଧ। ମିଳିଥିବା ସୂଚନା ଅନୁଯାୟୀ, ଟିକାବାଲି ଥାନା ତାଳିକେତା ଗାଁର ଲକ୍ଷ୍ମୀନାରାୟଣ ସାହୁ ଓରଫ କୁନା ଜଣେ କାର୍‌ ଡ୍ରାଇଭର। ସେ କାର୍‌କୁ ଭଡ଼ା ସୁତ୍ରରେ ଲଗାଇ ଯାତ୍ରୀଙ୍କୁ ନେଇଥାନ୍ତି। ଗତକାଲି ୨/୩ ଜଣ ଯୁବକ କୁନାଙ୍କୁ ଭଡ଼ାରେ ଯିବା କହି କାର୍‌ ନେଇଥିଲେ। ପରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ମଜୁରିବିଡ଼ା ଗାଁ ନିକଟ ଏକ ନାଳରେ କୁନାଙ୍କୁ ହତ୍ୟା କରି ମୃତଦେହକୁ ଫୋପାଡ଼ି ଦେଇ କାର୍‌ ନେଇ ଚମ୍ପଟ୍‌ ମାରିଥିଲେ। ଗତକାଲି ରାତି ସୁଦ୍ଧା କୁନା ଘରକୁ ଫେରି ନଥିଲେ। ଆଉ ଫୋନ୍‌ କଲେ ବି ଉଠାଇ ନଥିଲେ। ଏ ନେଇ ପରିବାର ଲୋକ ଟିକାବାଲି ଥାନାରେ ଜଣାଇଥିଲେ। ଆଜି ମଜୁରିବିଡ଼ା ନିକଟ ନାଳରେ କୁନାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକ ପହଞ୍ଚି କୁନାଙ୍କୁ ଚିହ୍ନିଥିଲେ। ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିବା ବେଳେ ଟିକାବାଲି ପୁଲିସ ହତ୍ୟା ମାମଲା ରୁଜୁ କରି ଛାନ୍‌ଭିନ୍‌ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe