Car loses balance and falls into a ditch: One dead Photograph: (sambad.in)
ଖାରି: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ଏର୍ଟିଗା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଘଣ୍ଟାରପାଲି ଗାଁର ସୁବ୍ରତ କୁମାର ଭୋଇ।
ଗତକାଲି ବିଳମ୍ବିତ ରାତିରେ ଖାରୀରୁ ଘଂଟାରପାଲିକୁ ଯାଉଥିବା ସମୟରେ ଖାରି ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଥିଲା। ରାସ୍ତାରୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା।
ସ୍ଥାନୀୟ ଲୋକେ ଘଟଣା ସ୍ଥଳକୁ ପହଂଚି ଆମ୍ବୁଲାନ୍ସ ଯୋଗେ ସୁବ୍ରତଙ୍କୁ ଚିକିତ୍ସା ଲାଗି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ତରଭା ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।
Subarnapur | Accident
Follow Us