ସାରଦା ପ୍ରସାଦ ନାୟକଙ୍କ କାର୍‌କୁ ଧକ୍କା ଦେଲା କ୍ରେନ୍‌, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

Advertisment
ସାରଦା ପ୍ରସାଦ ନାୟକଙ୍କ କାର୍‌କୁ ଧକ୍କା ଦେଲା କ୍ରେନ୍‌, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ

କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍‌କୁ ଏକ ଭାରି ଯାନ ‘କ୍ରେନ୍‌’ (ଏସ୍କର୍ଟ ହାଇଡ୍ରା) ଧକ୍କା ଦେଇଛି। ଖୁସିର କଥା ଯେ, ବିଧାୟକ ଶ୍ରୀ ନାୟକ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ ବିଧାୟକ ସାରଦା ପ୍ରସାଦ ନାୟକ ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ  ବିଧାୟକ ଦୁର୍ଘଟଣାର ସାମ୍ନା କରିଥିଲେ। ତାଙ୍କ କାର (ଜେଏଚ୍‌ ୦୭‌ କେ ୮୪୭୫)କୁ ଏକ କ୍ରେନ୍‌ଟି ଧକ୍କା ଦେଇଥିଲା। ଗାଡ଼ିରେ ବିଧାୟକଙ୍କ ସମେତ ପଏସଓ ଓ ଡ୍ରାଇଭର ଥିବା ସୂଚନା ମିଳିଛି। ଗାଡ଼ିରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି। କାର ଦୁର୍ଘଟଣାର ସାମ୍ନା କରିବା ପରେ ବିଧାୟକ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ବର ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଫର୍ଚ୍ୟୁନର ଗାଡିସହ କ୍ରେନ୍‌କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe